Odisha news

ବଜ୍ରପାତରେ ୧ ମୃତ ଓ ୨ ଆହତ

0

ଭାପୁର- ୨୯/୦୬ ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅଂଚଳରେ ଗୁରୁବାର ଅପରାହ୍ନ ସମୟରେ ବଜ୍ରପାତ ଘଟି ଗୋଟିଏ ପରିବାରର ଜଣେ ୧୭ ବର୍ଷ ଝିଅର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ଦୁଇ ଜଣ  ଆହତ ହୋଇ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧିନ ରହିଥିବା ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡ଼ାକ୍ତର ଅନ୍ନଦା ପ୍ରସାଦ ତ୍ରିପାଠୀଙ୍କ ଠାରୁ ପ୍ରକାଶ । ଘଟଣାରୁ ପ୍ରକାଶ, ଭାପୁର ବ୍ଲକ ବଡସହରା ପଂଚାୟତ ଅନ୍ତର୍ଗତ ଗୋପାଳପ୍ରସାଦ ଗ୍ରାମର ଶିବ ନାୟକଙ୍କ ଝିଅ ଟୁନି ନାୟକ(୧୬),ପହିଲି ନାୟକଙ୍କ ଝିଅ ରୂପା ନାୟକ(୧୫) ଏବଂ କାହ୍ନୁ ନାୟକ ଙ୍କ ସ୍ତ୍ରୀ ମମତା ନାୟକ(୨୪) ଗୁରୁବାର ଅପରାହ୍ନ ସମୟରେ ଛାତ ଘର ସିଡି ପାହାଚ ଉପରେ ବସିଥିବା ସମୟରେ ସେମାନଙ୍କୁ ବଜ୍ରପାତ ହୋଇଥିଲା । ଫଳରେ, ୩ଜଣ ଯାକ ଗୁରୁତର ରୂପେ ଆହତ ହୋଇ ଆମ୍ବୁଲାନ୍ସ ଯୋଗେ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସିଥିଲେ ।ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଟୁନି ନାୟକ କୁ ମୃତ ଘୋଷଣା କରିଥିଲେ । ରୂପା ନାୟକ ଗୁରୁତର ରୂପେ ଆହତ ହୋଇ ଶ୍ରବଣ ଶକ୍ତି ହରେଇଥିବାବେଳେ , ମମତା ନାୟକ ସାମାନ୍ୟ ଆହତ ହୋଇ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ହେଉଥିବା ଡାକ୍ତର ଅନ୍ନଦା ପ୍ରସାଦ ତ୍ରିପାଠୀ ଙ୍କ ଠାରୁ ପ୍ରକାଶ । ବଜ୍ରାଘାତ ପରେ ପରେ ସ୍ଥାନୀୟ ସରପଞ୍ଚ ବ୍ରଜ କିଶୋର ଆଳୁକ ପୀଡ଼ିତାଙ୍କ ଘରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭାପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ

Leave A Reply