Odisha news

ଆରମ୍ଭ ହେଲା ରଥରେ କନା ପଡ଼ିବା

ପୁରୀ,୮ା୭ :ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ କୋଭିଡ଼ କଟକଣା ମଧ୍ୟରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ରଙ୍ଗ କାର୍ଯ୍ୟ ଶେଷ ହେବାପରେ ଆଜି ରଥରେ କନାପଡ଼ିବା ଆରମ୍ଭ ହୋଇଛି । କୋଠ ସୁଆଁସିଆ ସେବକମାନେ ପ୍ରଥମେ ତାଳଧ୍ୱଜ ରଥର ଚାରିଗୋଟି ଦୁଆରବେଢାରେ କନା ପକାଇଥିଲେ । ପରେ ନନ୍ଦିଘୋଷ ରଥର ୪ଗୋଟିି ଦୁଆର ବେଢାରେ ମଧ୍ୟ କନା ପଡ଼ିଛି । ତିନିରଥର କନକ ମୁଣ୍ଡିପାଇଁ ପିତ୍ତଳ ସଜ ସଫା ହୋଇଆସିଛି । ଆସନ୍ତା କାଲି କନକମୁଣ୍ଡିରେ ପିତ୍ତଳ ସଜ ଲାଗି ହେବା ସହିତ ତିନି ରଥର ପ୍ରଭା ଫିଟିଙ୍ଗ ହେବ ବୋଲି ସୂଚନା ମିଳିଛି । ଦରଜୀସେବକମାନେ ବତା କନାଗୁଡ଼ିକର ଯୋଡ଼ଣି କାର୍ଯ୍ୟ ଶେଷ କରିଛନ୍ତି ।

Comments are closed.