Odisha news

ସୋମନାଥରେ ପ୍ରଥମ ଜ୍ୟୋତିର୍ଲିଙ୍ଗ ସ୍ଥାପନା କରିଥିଲେ ଚନ୍ଦ୍ରଦେବ : କଣ ରହିଛି ଧାର୍ମିକ କଥା

ଚତୁର୍ମାସିଆ ରେ ଶିବ ଆରାଧନା ର ବିଶେଷ ମହତ୍ତ୍ଵ ରହିଛି । ଏହି ମାସ ମାନଙ୍କ ମଧ୍ୟରେ ଶ୍ରାବଣ ମାସଟି ବିଶେଷ ଭାବରେ ଶିବଙ୍କୁ ସମର୍ପଣ ହୋଇଛି । ମାନ୍ୟତା ରହିଛି ଯେ କୌଣସି ବ୍ୟକ୍ତି ଯଦି ଶ୍ରାବଣ ମାସରେ ଶିବଙ୍କୁ ଭକ୍ତି ସହକାରେ ପୂଜା କରିଥାଏ ତେବେ ତାର ସମସ୍ତ ଦୁଃଖ ଦୂର ହୋଇଥାଏ ଓ ସେ ବୈକୁଣ୍ଠ କୁ ଯାଏ ।
ସୋମନାଥ ଜ୍ୟୋତିର୍ଲିଙ୍ଗ ଗୁଜରାଟର କାଠିଆୱାଡ଼ା ସ୍ଥିତ ପ୍ରଭାସ ରେ ଅବସ୍ଥିତ । ପୌରାଣିକ କଥା ଅନୁସାରେ ମହାଭାରତ ଯୁଦ୍ଧ ପରେ ଶ୍ରୀକୃଷ୍ଣ ନର ଲୀଳା ସମ୍ପୂର୍ଣ କଲେ । ଏହାପରେ ସ୍ଵୟଂ ଚନ୍ଦ୍ରମା ସୋମନାଥ ଜ୍ୟୋତିର୍ଲିଙ୍ଗ କୁ ସ୍ଥାପନ କରିଥିଲେ । ଚନ୍ଦ୍ରମା ଙ୍କ ଦ୍ଵାରା ଏହି ଜ୍ୟୋତିର୍ଲିଙ୍ଗ କୁ ସ୍ଥାପନ କରାଯାଇଥିବାରୁ ଏହାକୁ ସୋମନାଥ କୁହାଯାଏ ।
ପୌରାଣିକ କଥା ଅନୁସାରେ ପ୍ରଜାପତି ଦକ୍ଷ ନିଜର ୨୭ଜଣ କନ୍ୟାଙ୍କୁ ଚନ୍ଦ୍ରମା ଙ୍କ ସହିତ ବିବାହ କରାଇଥିଲେ । ରୋହିଣୀ ସବୁ କନ୍ୟାଙ୍କ ମଧ୍ୟରେ ସବୁଠୁ ଅଧିକ ସୁନ୍ଦର୍ ଥିଲେ । ଚନ୍ଦ୍ର ରୋହିଣୀ ଙ୍କୁ ଅଧିକ ପ୍ରେମ କରୁଥିଲେ , ସେଥିପାଇଁ ଦକ୍ଷ ଙ୍କ ଅନ୍ୟ ଝିଅମାନେ ରୋହିଣୀ ଙ୍କୁ ଈର୍ଷା କରୁଥିଲେ । ଏହି କଥା ଯେତେବେଳେ ଦକ୍ଷ ଜାଣିଲେ ସେ କ୍ରୋଧିତ ହୋଇ ଚନ୍ଦ୍ରମା ଙ୍କୁ ଅଭିଶାପ ଦେବାରୁ ତାଙ୍କର ଆଲୋକ କ୍ଷୀଣ ହୋଇଗଲା ।
ଏଥିରୁ ମୁକ୍ତି ପାଇବା ପାଇଁ ବ୍ରହ୍ମା ଚନ୍ଦ୍ରଙ୍କ ପ୍ରଭାସ କ୍ଷେତ୍ରରେ ତପସ୍ୟା କରିବା ପାଇଁ କହିଲେ । ସେହି ପ୍ରଭାସ ରେ ଚନ୍ଦ୍ର ସୋମନାଥ କୁ ସ୍ଥାପନା କରି ତପସ୍ୟା କଲେ । ଶିବ ମଧ୍ୟ ସନ୍ତୁଷ୍ଟ ହୋଇ ତାଙ୍କୁ ସାପ ମୁକ୍ତି କରି ଅମାରତ୍ଵ ବର ପ୍ରଦାନ କଲେ । ଶଙ୍କରଙ୍କ ବରଦାନ କାରଣରୁ ଚନ୍ଦ୍ର ଙ୍କ କିରଣ କୃଷ୍ଣ ପକ୍ଷରେ ଟିକେ ଟିକେ କମି ଥାଏ ଓ ଶୁକ୍ଳ ପକ୍ଷରେ ବଢ଼ିଥାଏ । ସବୁ ପୂର୍ଣ୍ଣିମା ରେ ଚନ୍ଦ୍ର ପୂର୍ଣ୍ଣତା ଲାଭ କରନ୍ତି । ଅଭିଶାପ ରୁ ମୁକ୍ତି ହେବାପରେ ଚନ୍ଦ୍ରମା ଶିବଙ୍କୁ ମାତା ପାର୍ବତୀ ଙ୍କ ସହ ସୋମନାଥ ରେ ରହିବା ପାଇଁ ପ୍ରାଥନା କଲେ । ସେହି ଦିନ ଠାରୁ ମହାଦେବ ସୋମନାଥ ରେ ଜ୍ୟୋତିର୍ଲିଙ୍ଗ ଭାବରେ ବିରାଜମାନ ।

Comments are closed.