Odisha news

ପର୍ଯ୍ୟଟନମନ୍ତ୍ରୀଙ୍କ ନୟାଗଡ଼ ଗସ୍ତ; ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ନୟାଗଡ଼ : ରାଜ୍ୟ ପର୍ଯ୍ୟଟନ, ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଓଡ଼ଗାଁ ଠାରେ ନିର୍ମାଣ ରାମସାଗର ପାର୍କ ପରିଦର୍ଶନ କରି ଏହାର ବିକାଶ ଉପରେ ଆଲୋଚନା କରିଛନ୍ତି । ଏଥିସହିତ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ଉନ୍ନତି ସକାଶେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଛନ୍ତି । ମନ୍ତ୍ରୀଙ୍କ ଦୁଇ ଦିନିଆ ଗସ୍ତ ମଧ୍ୟରେ ଶୁକ୍ରବାର ଖଣ୍ଡପଡ଼ା ଓ କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନର କାର୍ଯ୍ୟକ୍ରମ ରହିଛି ।

ପର୍ଯ୍ୟଟନମନ୍ତ୍ରୀ ମନ୍ତ୍ରୀ ଗୁରୁବାର ଅପରାହ୍ନରେ ବୁଗୁଡ଼ା ଗସ୍ତରୁ ଫେରି ନୟାଗଡ଼ରେ ପହଞ୍ଚିଥିଲେ । ରାସ୍ତାରେ ଓଡ଼ଗାଁର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଳେ । ରଘୁନାଥ ଜୀଉଙ୍କ ମନ୍ଦିର ବିକାଶ ନିମନ୍ତେ ପଦକ୍ଷେପ ଗ୍ରହଣ ପାଇଁ ମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ନୟାଗଡ଼ ସର୍କିଟ ହାଉସରେ ପହଞ୍ଚି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଓ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ନୟାଗଡ଼ ବଲାଙ୍ଗି ପାର୍କର ଉନ୍ନତି କରଣରେ ଆବଶ୍ୟକୀୟ ସହଯୋଗ କରିବାକୁ ପର୍ଯ୍ୟଟନ ମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି । ମନ୍ତ୍ରୀଙ୍କ ଦୁଇଦିନିଆ ଗସ୍ତକ୍ରମରେ ଗୁରୁବାର ନୟାଗଡ଼ରେ ରହିଣି କରି ଶୁକ୍ରବାର କଣ୍ଟିଲୋ ନୀଳମାଧବ ପୀଠ ପରିଦର୍ଶନ ଓ ପୀଠର ଉନ୍ନତିକରଣ ସଂପର୍କରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ମନ୍ତ୍ରୀଙ୍କ ଗସ୍ତରେ ଜିଲ୍ଲାପାଳ ପୋମା ଟୁଡ଼ୁଙ୍କ ସହ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.