Odisha news

ରାସନ କାର୍ଡ ଧାରୀଙ୍କ ପାଇଁ ଜରୂରୀ ସୂଚନା, ଏହିଭଳି ବ୍ୟକ୍ତି ବ୍ୟବହାର କରୁଥିଲେ ପଡିପାରନ୍ତି ଅସୁବିଧାରେ

0

ନୂଆଦିଲ୍ଲୀ : ଯଦି ଆପଣ ଜଣେ ରାସନ କାର୍ଡ ଧାରକ ତେବେ ଏହା ଆପଣଙ୍କ ପାଇଁ ଗୋଟିଏ ବଡ଼ ଖବର ଅଟେ l ସରକାରଙ୍କ ପକ୍ଷରୁ କିଛି ନିୟମାବଳୀ କୁ ରାସନ କାର୍ଡ ନିୟମ ରେ ପରିବର୍ତନ କରିବାକୁ କୁହାଯାଇଛି l ଏହି ନିୟମକୁ ନେଇ ଆପଣ ଯଦି ଅଣଦେଖା କରନ୍ତି ତେବେ ଅସୁବିଧାର ସମୁଖୀନ ହୋଇ ପାରନ୍ତି ଓ ଆପଣଙ୍କ ବିରୁଦ୍ଧରେ ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ l

କରୋନା ମହାମାରୀ ସମୟରେ ସରକାରଙ୍କ ପକ୍ଷରୁ ଗରିବ ଜନସାଧାରଣ ଙ୍କୁ ମାଗଣାରେ ରାସନ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା l ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମ ଗରିବ ପରିବାରଙ୍କ ପାଇଁ ବର୍ତମାନ ମଧ୍ୟ ଲାଗୁ ରହିଛି l କିନ୍ତୁ ସରକାରୀ ସୂଚନା ଅନୁସାରେ ଜଣାପଡିଛି ଯେ ଅଧିକାଂଶ ଖାତା ଧାରକ ଏଥିପାଇଁ ଯୋଗ୍ୟ ନୁହନ୍ତି ଓ ଫ୍ରି ରେ ରାସନ ପାଇବାର ଲାଭ ଉଠାଉଛନ୍ତି l ଏହି ଯୋଜନା ଅନୁସାରେ ଅଧିକାଂଶ ଖାତା ଧାରକ ଏହି ସୁଯୋଗ ପାଇ ପାରୁ ନାହାନ୍ତି l

ମିଳିଥିବା ସୂଚନା ଅନୁସାରେ ଯେଉଁ ବ୍ୟକ୍ତିମାନେ ନିୟମ ବିରୁଦ୍ଧରେ ଯାଇ ରାସନ କାର୍ଡ ବ୍ୟବହାର କରୁଛନ୍ତି ସେମାନେ ତୁରନ୍ତ କାର୍ଡ ଟିକୁ ସରେଣ୍ଡର କରନ୍ତୁ ନଚେତ ସରକାରୀ ଅଧିକାରୀ ମାନଙ୍କ ଦ୍ୱାରା ଯାଞ୍ଚ ସମୟରେ ଜଣା ପଡିଲା ଯେ କୌଣସି ଅପାତ୍ର ବ୍ୟକ୍ତି ଏହାର ଦୁରୁପଯୋଗ କରୁଛି ତେବେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ l ନଚେତ କାର୍ଡ ଟିକୁ କ୍ୟାନସେଲ କରାଯିବ l

Govt
Leave A Reply