Odisha news

ରଣପୁରରେ ଲକ୍ ଡାଉନ୍ ରେ ତୃତୀୟ ଦିନ : ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରହିବ ୧୦ଟାରୁ ୪ଟା

0

ରଣପୁର/୨୬/୦୩-ନୟାଗଡ ଜିଲ୍ଲା ରଣପୁର ଅଂଚଳରେ ଲକ୍ ଡାଉନର ତୃତୀୟ ଦିନରେ ବନ୍ଦ ର ସମ୍ପୁର୍ଣ୍ଣ ପ୍ରଭାବ ଦେଖିବାକୁ ମିଳିଛି ଏବଂ ଗତକାଲି ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଗ୍ରୋସରୀ, ଫଳ, କ୍ଷୀର, ମାଛ ଦୋକାନ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି ଗତକାଲି ସଂଧ୍ୟାରେ ରଣପୁର ଆଇ.ଆଇ.ସି ଓ ସ୍ଥାନୀୟ ତହସିଲ୍‌ଦାର ମାଇକ୍ ଯୋଗେ ପ୍ରଚାର କରି ସଚେତନ କରାଇଥିଲେ । ଯାହା ଫଳରେ ରଣପୁର ଓ ଏହାର ଆଖପାଖ ଅଂଚଳ ଯଥା ରାଜସୁନାଖଳା, ଗୋପାଳପୁର, ଚାନ୍ଦପୁର ଏହାର ପ୍ରଭାବରେ ସମ୍ପୁର୍ଣ୍ଣ ଜନ ଶୁନ୍ୟ ହୋଇଥିବା ଦେଖିବାକୁ ମିଳିଛି ଏବଂ ସବୁଦିନ ଭଳି ଆଜି ମଧ୍ୟ ରଣପୁର ମୁଖ୍ୟ ରାସ୍ତାକୁ ୨ଟି ଯାଗାରେ ସିଲ୍ କରାଯାଇ ୨ଚକିଆ ଓ ୪ଚକିଆ ଯାନ ଗୁଡିକୁ ଯାଂଚ କରାଯାଉଥିବା ବେଳେ ଅନାବଶ୍ୟକ ଭାବେ ଯାଉଥିବା ଗାଡି ଗୁଡିକଠାରୁ ଫାଇନ୍ ଆଦାୟ କରାଯାଇଥିଲା ଏବଂ ସରକାରୀ ନିୟମ ଅନୁସାରେ ଜଣ ଜଣକରି ଦୁରତ୍ୱ ବଜାୟ ରଖି ଜିନିଷ କ୍ରୟ କରିବାକୁ ଥିଲାବେଳେ ଦୋକାନୀ ଓ ସ୍ଥାନୀୟ ଜନସାଧାରଣ ସଚେତନ ଅଭାବରୁ ଏହାକୁ ଖୋଲା ଖୋଲି ଉଲଙ୍ଘନ କରି ଭିଡ ଜମାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କ୍ରୟ କରିବାରେ ଦେଖିବାକୁ ମିଳିଥିଲା ତେବେ ଆଜି ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସମସ୍ତ ଅତ୍ୟାବଶ୍ୟକ ଦୋକାନ ସମ୍ମୁଖରେ ଗ୍ରାହକ କ୍ରେୟ କରିବା ପାଇଁ ଏକ ମିଟର ଦୁରତା ରଖି ଗାର ଟଣାଯାଇଥିଲା । ଏହି ଗାର ଭିତରେ ଗ୍ରାହକଙ୍କୁ ଛିଡା କରି ଗ୍ରାହକଙ୍କୁ ଜିନିଷ ଦେବା ପାଇଁ ଦୋକାନୀଙ୍କୁ ନିର୍ଦ୍ଧେଶ ଜାରି କରାଯାଇଥିଲା । ନିତ୍ୟ ବ୍ୟବହାର ସାମଗ୍ରୀ ବ୍ୟବହାରଠାରୁ ଅଧିକ କ୍ରୟ କରିନେଉଥିବାରୁ ସ୍ଥାନୀୟ ବ୍ୟବସାୟୀମାନେ ଏହାର ମୁନାଫା ଉଠାଇବାକୁ ଯାଇ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି ଏବଂ ଲକ୍ ଡାଉନ୍ କୁ ନମାନି ବିନା କାରଣରେ ଯାତାୟତ କରୁଥିବା ଅଭିଯୋଗରେ ଗତକାଲି ୧୮ଜଣଙ୍କ ନାମରେ ମାମଲା ଋଜୁ ହୋଇଥିବା ବେଳେ ଆଜି ୨ଜଣଙ୍କ ନାମରେ ମାମଲା ଋଜୁ ହୋଇଥିବା ଜଣା ପଡିଛି । ଆଜି ଦିନତମାମ ରଣପୁର ଆଇ.ଆଇ.ସି ରଶ୍ମରିଂଜନ ଦାଶ, ସବ୍ ଇନିସ୍‌ପେକ୍ଟର ବିଦିତା ନାୟକ ଓ ସମସ୍ତ ଷ୍ଟାଫ୍ ରଣପୁର ଅଂଚଳର ଗଳି କନ୍ଦିରେ ବୁଲି ଲୋକଙ୍କୁ ଘରୁ ନ ବାହାରିବା ପାଇଁ ସଚେତନ କରିବା ସହ ଅଯଥାରେ ଦରକାର ନଥିଲେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦେଇଥିବା ଜଣା ପଡିଛି ।

Leave A Reply