Odisha news

ଆଶାକର୍ମୀଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତ ଜେଲ ଗଲେ

0
ରଣପୁର ୨୬ ଜୁନ୍:— ଗତ କାଲି  ଜୁନୁ ୨୫ ତାରିଖ ଦିନ ୧୦ ଘଟିକା ସମୟରେ ପିମ୍ପଲ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ଠାରେ ମମତା ଦିବସ ଚାଲି ଥିବା ବେଳେ ସେହିଗ୍ରାମର ଅରବିନ୍ଦ ପରିଡା ଆସି ନିଜ ପୁଅ ର ଅଙ୍ଗନ ବାଡ଼ିର ଅଣ୍ଡା ଛତୁଆ ପାଇଁ ଆଶା କର୍ମୀ ବିଜୟିନୀ ସେନାପତିଙ୍କୁ କହିଥିଲେ।ଏହା ମୋ ଦାୟିତ୍ବ ନୂହେଁ ଅଙ୍ଗନ ବାଡି ର ବୋଲି କହିବାରୁ ଅଭିଯୁକ୍ତ ଅରବିନ୍ଦ ଆଶା କର୍ମୀଙ୍କୁ ମାଡ଼ ମାରି ଅଶ୍ଲୀଳ ବ୍ୟବହାର କରିଥିଲେ। ପୀଡ଼ିତା ଆଶା କର୍ମୀ ରଣପୁର ଥାନା ରେ ଅଭିଯୋଗ କରିବା ପରେ ଥାନା ବାବୁ କେସ ନଂ -୨୩୬ /2024 ରୁଜୁ କରି ଅଭିଯୁକ୍ତ ଙ୍କୁ ଗତ କାଲି ରାତିରେ ପୋଳିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ।ଏଥିପାଇଁ ଓଡ଼ିଶା ଆଶା କର୍ମୀ ଆସୋସିଏସନ୍,CITU ତରଫରୁ ରଣପୁରର ବିଭିନ୍ନ ଅଞ୍ଚଳର ଆଶା କର୍ମୀ ମାନେ ଆଜି ଦିନ ଭରି ଶହୀଦ୍ ରଘୁ ଦିବାକର ମଣ୍ଡପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ  ଆଶା କର୍ମୀଙ୍କୁ ନ୍ୟାୟ ଦେବା ଦାବୀରେ ବସି ରହିଥିଲେ ।ରଣପୁର ପୋଲିସି ର ଜରୁରୀ ପଦକ୍ଷେପ ପାଇଁ ସଙ୍ଗଠନ ତରଫରୁ ଧନ୍ୟବାଦ ଦେବା ସହ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁ ଷ୍ଠାନ କରିବାକୁ ସଙ୍ଗଠନ ତରଫରୁ ଦାବୀ କରାଯାଇଛି। ଏହି ପରିପ୍ରେକ୍ଷୀ ରେ ସଙ୍ଗଠନର ରାଜ୍ୟ ଉପସଭାପତି ସୁରେଶ ସ୍ବାଇଁ, ଶ୍ରମିକ ନେତ୍ରୀ ସଞ୍ଜୁକ୍ତା ସେଠୀ,ଦୁଶାସନ ଜେନା,ବ୍ଲକ ସଭା ନେତ୍ରୀ ଜାମିନୀ ରାଣୀ ବେହେରା,ସମ୍ପାଦିକା ସ୍ମୃତିରେଖା ସେନାପତି , ରଞ୍ଜୁଲତା ମହାପାତ୍ର,ସଞ୍ଜୁଲତା ପରିଡା,ଧନେସ୍ଵର ପ୍ରଧାନ , ଝୁନୀବାଳା ପରିଡା ପ୍ରମ୍ମୁଖ ନେତୃତ୍ବ ନେଇଥିଲେ ।
Ad2
Leave A Reply