ବାଲିପାଟଣା ତା୨୬/୦୬ : ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳା ମାନଙ୍କୁ ୫୦ ହଜାର ଟଙ୍କାର ଭାଉଚ୍ଚର୍ ପ୍ରଦାନ କରିବାକୁ ବିଜେପି ପକ୍ଷରୁ ନିର୍ବାଚନ ପ୍ରତିଶ୍ରୁତି ଦିଆଯାଇଥିଲା ଥିଲା।ନୂଆ ସରକାର ଗଠନ କରାଯିବା ପରେ ପ୍ରଥମ କ୍ୟାବିନେଟ୍ ବୈଠକ ପରେ ଏହା କାର୍ଯ୍ୟକାରୀ କରାଯିବା ନେଇ ଘୋଷଣା ହୋଇଛି।କିନ୍ତୁ ନିର୍ଦ୍ଧିଷ୍ଟ ଭାବରେ ନିୟମାବଳୀ ପ୍ରସ୍ତୁତ ହୋଇନାହିଁ କିମ୍ବା ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କେତେକ ଲୋକ ଭୁଲ ପ୍ରଚାର କରି ଦରଖାସ୍ତ କରିବା ପାଇଁ ତୁରନ୍ତ ଆୟ ପ୍ରମାଣପତ୍ର ପ୍ରସ୍ତୁତ କରିବାକୁ କହୁଥିବା ସନ୍ଦେହ କରାଯାଉଛି।ଯାହାଫଳରେ ବହୁ ମହିଳା ତହସିଲଦାର ଙ୍କ ପାଖରେ ଆୟ ପ୍ରମାଣ ପାଇଁ ଦରଖାସ୍ତ କରୁଛନ୍ତି,ଯାହା ଦ୍ଵାରା ବର୍ତ୍ତମାନ ଛାତ୍ର ଛାତ୍ରୀ ଙ୍କ ବିଦ୍ୟାଳୟ ପ୍ରବେଶ ପାଇଁ ଆବଶ୍ୟକ ପଡୁଥିବା ଜାତି,ଆୟ,ଆବାସ ପ୍ରମାଣପତ୍ର ପାଇଁ ଅନ୍ତରାୟ ସୃଷ୍ଟି କରୁଛି। କେତେକ ଦଲାଲ ମଧ୍ୟ ଏହି ଆଳରେ ହାତ ଚିକ୍କଣ କରୁଥିବା ସୂଚନା ମିଳୁଛି।ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଅପେକ୍ଷା କରିବା ଉଚିତ୍ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
