ରଣପୁର, ୩୦/୦୪ : ମଙ୍ଗଳବାର ରଣପୁର ବିଜୁଜନତା ଦଳ ତରଫରୁ ରଣପୁର ଏନ. ଏ. ସି ରେ ବିଜୁଜନତା ଦଳ ତାର ଶକ୍ତି ପଦର୍ଶନ କରିଛି. ଶତାଧିକ ମହିଳା ଓ ପୁରୁଷ କର୍ମୀ ଙ୍କୁ ନେଇ ରୋଡ଼ଶୋ କରାଯାଇଛି ଯାହାକୁ ନେଇ ସରଗମ ହେଉଛି ରଣପୁର ରାଜନୀତି | ବିଭିନ୍ନ ରାଜନୈତିକ ଦଳ ଭିନ୍ନ ଭିନ୍ନ ତରିକା ଆପଣେଇ ଭୋଟରଙ୍କୁ ହାତେଇବା ପ୍ରଚାର କାର୍ଯ୍ୟ ଚଳାଇଥିବା ବେଳେ ସେଥି ମଧ୍ୟରୁ ବିଜେଡି ଆଗରେ ଥିବା ଦେଖିବାକୁ ମିଳୁଛି | ଏହି ପଦଯାତ୍ରା ରେ ପୁରୀ ସଂସଦୀୟ ପ୍ରାଥୀ ଅରୂପ ପଟ୍ଟନାୟକ ରଣପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପାର୍ଥୀ ସତ୍ୟ ନାରାୟଣ ପ୍ରଧାନ ଓ ନୟାଗଡ ଜିଲ୍ଲା ପରିଷଦ ଅଧକ୍ଷ ଦେବାଶିଷ ପଟ୍ଟନାୟକ ସାମିଲ ହୋଇଥିଲେ ଏହି ପଦଯାତ୍ରା ସଂନ୍ଧ୍ୟା ପାଞ୍ଚ ଘାଣ୍ଟିକ ସମୟରେ ରଣପୁର ଶାମୁକା ସାହି ସ୍ଥିତ ସ୍ଵପ୍ନେଶ୍ଵର ମନ୍ଦିର ଠାରୁ ବାହାରି ରୋଡ଼ଶୋ କରାଯାଇ ରଣପୁର ପଞ୍ଚୁଦୋଳ ପଡିଆ ପର୍ଯ୍ୟନ୍ତ ଯାଇଥିଲା ଏବଂ ପଞ୍ଚୁଦୋଳ ପଡିଆ ସ୍ଥିତ ସହିଦ ରଘୁଦିବାକର ମଣ୍ଡପ ରେ ପହ୍ଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରାଯାଇ. ସଂସଦୀୟ ପ୍ରାଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ପ୍ରାଥୀ ସତ୍ୟନାରାୟଣ ପ୍ରଧାନ ଙ୍କ ଦ୍ୱାରା ଉପସ୍ଥିତ ଥିବା କର୍ମୀ ଓ ସାଧାରଣ ଜନତା ଙ୍କୁ ସାମୟିକ ଅଭିଭାଷଣ ପ୍ରଦାନ କରି ସହଯୋଗ ପାଇଁ ଧନ୍ୟବାଦ ଦେବା ସହିତ ନିଜ ସପକ୍ଷରେ ମତଦାନ କରିବା ପାଇଁ ଅନୁରୋଧ କରିଥିଲେ ତେବେ | ଏଥିରେ ପ୍ରାୟ ୫ ଶହରୁ ଉର୍ଦ୍ଧ ମହିଳା ଓ ପୁରଷ କର୍ମୀ ଲୋକ ସାମିଲ ହୋଇଥିଲେ | ବେଳେ ଅନ୍ୟ ମାନଙ୍କ ମଧ୍ୟରେ ରଣପୁର ଏନ. ଏସି ଅଧକ୍ଷ ରଙ୍ଗୀନ ମହାନ୍ତି. ନଗର ସଭାପତି ଲିଙ୍ଗରାଜ ନାୟକ.ତ୍ରିନାଥ ବିଶ୍ୱାଳ. ପ୍ରଫୁଲ ନାୟକ. ରାଜା ମହାନ୍ତି ଙ୍କ ସମେତ ରଣପୁର ଏନ. ଏସି ବିଜୁଜନତା ଦଳ ର ସମସ୍ତ କାଉସିଲର ଓ କର୍ମୀ ମାନେ ଯୋଗ ଦେଇଥିଲେ..