Odisha news

ବିରାଟ ପଟୁଆର ଶୋଭା ଯାତ୍ରାରେ ସ୍ବସ୍ଥାନକୁ  ପ୍ରତ୍ୟାବର୍ତନ କଲେ ମା ଖିଲମୁଣ୍ଡା : କାଠିରେ ଆସିଲେ ପାରା ଦେହରେ ଉଡିଗଲେ ମା ଖିଲାମୁଣ୍ଡା 

0
ରଣପୁର :- ଗଡଜାତ ଅମଳରୁ ରଣପୁରଗଡର ଆରାଧ୍ୟ ଦେବୀ ମା ମଣିନାଗ ଙ୍କ ପୀଠରେ ଦ୍ଵିତୀୟା ଠାରୁ ଷୋଳପୂଜା କୁ ନେଇ ଦେବୀ ଦୂର୍ଗା ଙ୍କ ର ଦଶମୀ ପୂଜା ତଥା ଦଶହରା ଅନୁଷ୍ଠିତ ହେବାର ପରମ୍ପରା ରହିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମା ଙ୍କ ପୂଜା ବେଶ ଧୁମ ଧାମ ରେ ପାଳିତ ହୋଇଯାଇଛି  । ଶାରଦୀୟ ଦୂର୍ଗା ପୂଜା ଅବସରରେ ମା ଖୀଲାମୁଣ୍ଡା ଙ୍କ ଆଗମନ ସାଙ୍ଗକୁ ମଣିନାଗ ପୀଠରେ ନବରାତ୍ରୀ ପୂଜା ସହ ଦୁର୍ଗା ମଣ୍ଡପରେ ପୂଜା କାର୍ଯ୍ୟ କୁ ନେଇ ସମଗ୍ର ରଣପୁର ଅଞ୍ଚଳ ଉତ୍ସବ ମୁଖର ହୋଇଉଠିଥିଲା  । ମା ଦୁର୍ଗା ପୂଜା ମଣ୍ଡପ କୁ ସୁନ୍ଦର ଓ ଆକର୍ଷଣୀୟ   ଆଲୋକ ମାଳା ରେ ସାଜ ଶଯ୍ୟା କରାଯାଇ   ଆକର୍ଷଣୀୟ ତୋରଣ ପ୍ରସ୍ତୁତ  କରାଯାଇଥିଲା । ପରମ୍ପରା ଅନୁସାରେ ସମସ୍ତ ନୀତିକାନ୍ତି ପାଳନ ହେଉଥିବା ବେଳେ ରାଜବାଟୀ ଭିତରେ ୧୬ ଦିନ ଧରି କାଠି ଠାକୁରାଣୀ ମା ଖିଲାମୁଣ୍ଡା ଙ୍କ ଘଟ ପୂଜା କରାଯିବା ସହିତ ମାଙ୍କ ଦର୍ଶନ ପାଇଁ ହଜାର ହଜାର ଭକ୍ତ ଙ୍କ ସୁଅ ଛୁଟୁଥିବା ଦେଖିବାକୁ ମିଳିଥିଲା  । ମହାରାଜା ଦିଲ୍ଲୀପ ଚନ୍ଦ୍ର ସିଂ ଦେଓ ଓ ରାଜକୁମାର କୌଶିକ ସିଂ ଦେଓଙ୍କ ସହିତ ରାଜପୂଜାରୀ ମା ଙ୍କୁ ଦଶହରା ଦିନ ବିରାଟ ପଟୁଆର ରେ  ସାଙ୍ଗରେ ଯାଇ  ହାଟସାହି ଛକ ନିକଟ ଦଶହରା ପଡିଆ  ଯାଇ କାଠି ଠାକୁରାଣୀ ଙ୍କ ର ନିତିକାନ୍ତି ସମ୍ପନ୍ନ କରିଥିଲେ ପରେ ରାଜା ଙ୍କ ହସ୍ତରେ ତୋପ ଫୁଟାଇ ପାରା କୁ ପୂଜା ଘଟ ରୁ ଉଡ଼ାଇ ଦିଆଯାଇଥିଲା । କାଠି ରୂପରେ ଆସିଥିବା ମା ଖିଲାମୁଣ୍ଡା  ଦଶହରା ଦିନ ସଂନ୍ଧ୍ୟା ରେ   ପଟୁଆର ରେ ଆସି  ପାରା ରୂପରେ ଭେଟବର ମାଳ ଅଞ୍ଚଳକୁ ବିଦାୟ ନେଇଥିଲେ  । ରଣପୁରର ବଜରଙ୍ଗୀ ସେନା ଓ ଯୁବ ଗୋଷ୍ଠୀଙ୍କ ସହଯୋଗରେ ଉକ୍ତ କାର୍ଯ୍ୟ ଟି ସୁରୁଖୁରରେ ଅନୁଷ୍ଠିତ ହୋଇଯାଇଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ରଣପୁର ଜଗନ୍ନାଥ ବଜାର ସ୍ଥିତ ଦୁର୍ଗାପୂଜା ମଣ୍ଡପରେ ମା ଙ୍କର ମହାସପ୍ତମୀ , ମହାଅଷ୍ଟମୀ ପୂଜା ବଡ ଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ଦୁର୍ଗା ପୂଜା କମିଟି ଦ୍ୱାରା ମା ଙ୍କର ବିଧି ମୁତାବକ ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମଙ୍ଗଳବାର  ପୂଜା ମଣ୍ଡପରେ ମା ଙ୍କ ଦଶମୀ ପୂଜା ସମ୍ପନ୍ନ ହୋଇଯାଇଛି । ଦ୍ୱିତୀୟା ଦିନ ଠାରୁ ପୂଜା ମଣ୍ଡପରେ ଭକ୍ତ ଙ୍କ ଗହଳି ଦେଖିବାକୁ ମିଳିଥିଲା । ଗତ ଶୁକ୍ରବାର ସଂନ୍ଧ୍ୟାରେ ଏହି ସାଂସ୍କୃତିକ ମଂଚକୁ ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଏନଏସି ଅଧ୍ୟକ୍ଷା ରଙ୍ଗୀନ ମହାନ୍ତି ଓ ଉପାଧ୍ୟକ୍ଷ ବିଶ୍ୱରଞ୍ଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପରେ ପାଲା ଗାୟକ ଜ୍ଞାନସୁଧା ଶାରଦା ପ୍ରସନ୍ନ ନାୟକ ଙ୍କ ଦ୍ୱାରା ପାଲା ପରିବେଷଣ କରାଯାଇଥିଲା । ଏବଂ ସପ୍ତମୀ ଠାରୁ ଅନ୍ୟତମ ଗାୟକ ଯୁବ ଶିରୋମଣୀ ସୁବାସ ଚନ୍ଦ୍ର ସେନାପତି ଙ୍କ ଦ୍ୱାରା ପାଲା ପରିବେଷଣ ର କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜିର ମଞ୍ଚ ଉଦଯାପନି ଦିବସ ରେ ପୁଜାକମିଟି ର ସଭାପତି ଧନେଶ୍ଵର ପ୍ରଧାନ ଓ ମୂଖ୍ୟ ଅତିଥି ଭାବେ ବିଜେପି ର ମୁଖପାତ୍ର ସମ୍ବିଦ ପାତ୍ର , ପୂର୍ବତନ ମନ୍ତ୍ରୀ ସୁରମା ପାଢୀ , ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା , କୋଷଧକ୍ଷ ସର ପ୍ରଧାନ , ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସମ୍ବିଦ ପାତ୍ର ମଞ୍ଚ ରେ ଦୂର୍ଗା ମା ଙ୍କ ଶ୍ଳୋକ ରେ ଜନତା ଙ୍କୁ ମୋହିତ କରି ନେଇଥିଲେ । ଏବଂ ବିଶିଷ୍ଟ ଶିକ୍ଷାବିତ ବିରଂଚି ନାରାୟଣ ତ୍ରିପାଠୀ ଙ୍କ ଦ୍ବାରା ମଞ୍ଚ ପରିଚାଳନା କରାଯାଇଥିଲା । ଜୟ ଶ୍ରୀ କ୍ରିଷ୍ନା ଡ୍ୟାନ୍ସ ଗ୍ରୁପ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ରଣପୁରରେ ଅଧିକ ରୁ ଅଧିକ ଶ୍ରଦ୍ଧାଳୁ ଙ୍କ ଯୋଗଦାନରେ ମା ଙ୍କ ଦଶମୀ ପୂଜା ଅନୁଷ୍ଠିତ ହୋଇଯାଇଅଛି

Leave A Reply