Odisha news

ରାଜସୁନାଖଳା ଫାଣ୍ଡିଅଧିକାରୀ ଙ୍କ ଚଢ଼ଉ :ଏକ ହଜାର ଲିଟର ପୋଚ ସହିତ 20ଲିଟର ହାତରନ୍ଧା ଦେଶୀମଦ ଜବତ: ଜଣେ ଗିରଫ

0
ରଣପୁର…..  ଶନିବାର ରଣପୁର ଥାନା ସୁନାଖଳା ଫାଣ୍ଡି ପୋଲିସ ତରଫରୁ ବେଆଇନି ହାତରନ୍ଧା ଦେଶୀମଦ ଅଡ୍ଡା ଉପରେ ଚଢ଼ାଉ କରାଯାଇ. ଏକ ହଜାର ଲିଟର ପୋଚ ନଷ୍ଟ କରାଯିବା ସହିତ କୋଡିଏ ଲିଟର ହାତରନ୍ଧା ଦେଶୀ ମଦ ଜବତ କରାଯାଇ  ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି…ମିଳିଥିବା  ସୂଚନା ଅନୁସାରେ ରାଜସୁନାଖଳା ଫାଣ୍ଡି ଅଧିକାରୀ ଭାବେ ସବ ଇନ୍ସପେକେଟର  ପ୍ରୀତି ପ୍ରକାଶ ମହାନ୍ତି ଯୋଗ ଦେବା ଦିନଠାରୁ ଚୋରା ଦେଶୀ ମଦବେପାରୀ ମାନଙ୍କ ଭିତରେ କୋକୁଆ ଭୟ ଦେଖାଦେଇଛି. ଦୀର୍ଘ ଏକ ବର୍ଷ ମଧ୍ୟରେ ବହୁ ଚୋରା ଦେଶୀ ମଦବ୍ୟବସାୟୀ ଙ୍କ ଅଡ୍ଡା ଭାଙ୍ଗିବା ସହିତ ବହୁ ଦେଶୀ ମଦ ବେପାରୀ ଗିରଫ ହୋଇ ଜେଲ ଯାଇଛନ୍ତି ..ଯାହାକୁ ନେଇ ଚୋରା ମଦବେପାରୀ ମାନେ ଜଙ୍ଗଲ ମଧ୍ୟରେ ଲୁଚି ଛପି ଦେଶୀ ମଦ ପ୍ରସ୍ତୁତ କରୁଥିବା ବେଳେ ଶନିବାର ସକାଳ 9ଟା ସମୟରେ ବିଶେଷ ସୂତ୍ର ରୁ ଖବର ପାଇଁ ରାଜସୁନାଖଳା ଫାଣ୍ଡି ଅଧିକାରୀ ପ୍ରୀତି ପ୍ରକାଶ ମହାନ୍ତି ତାଙ୍କ ଟିମ ସହିତ  ସୁରୁକାବାଡ଼ି ଓ କାସନ୍ଦ ଜଙ୍ଗଲ ରେ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଯାଗାରେ ଅଚାନକ ଚଢ଼ାଉ କରି.  ସୁରୁକାବାଡ଼ି ଜଙ୍ଗଲ ରେ  ଦେଶୀ ପ୍ରସ୍ତୁତ ହେବା ପାଇଁ ରଖାଯାଇଥିବା ଏକ ହଜାର ଲିଟର ପୋଚ କୁ ନଷ୍ଟ କରିବା ସହିତ କାସନ୍ଦ ଠାରୁ  20ଲିଟର ହାତରନ୍ଧା ଦେଶୀ ମଦ ଜବତ କରି ଜଣେ ଅଭିଯୁକ୍ତ କୁ ଗିରଫ କରିଥିବା  ଜଣାପଡିଛି: ଗିରଫ ଅଭିଯୁକ୍ତ ଜଣଙ୍କ କାସଦା ଗ୍ରାମର କାଳନ୍ଦୀ ସାହୁ ପିତା ଗୋଲଖ ସାହୁ ହୋଇଥିବା ବେଳେ ପୋଲିସ ଏନେଇ 220/23 ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି
Leave A Reply