ରମ୍ଭା/ତା ୨୩.୪.୨୩ ରିଖ- ଗଞ୍ଜାମ ବ୍ଲକ ଅନ୍ତର୍ଗତ ରମ୍ଭା ସହରରେ ବିଶ୍ଵ ଧରିତ୍ରୀ ଦିବସ ବିଭିନ୍ନ ଅନୁଷ୍ଠାନର ସାମାଜିକ କର୍ମୀମାନଙ୍କ ଦ୍ଵାରା ପାଳନ କରାଯାଇଛି। ଧରିତ୍ରୀ ମାତାକୁ ସବୁଜ, ସୁନ୍ଦର୍,ଶସ୍ୟଶ୍ୟାମଳା କରିବାପାଇଁ ରମ୍ଭା ବିରୁଲିଗଡ ରାସ୍ତାର ନାରାୟଣ ପାଟଣା ନିକଟସ୍ଥ ରାସ୍ତା କଡ଼ରେ ସାମାଜିକ କର୍ମୀ/ ବୃକ୍ଷ ପ୍ରେମୀମାନେ ନୂତନ ବୃକ୍ଷ ରୋପଣ ସହ ପୁରୁଣା ବୃକ୍ଷ ଗୁଡ଼ିକ ମୂଳରେ ମନ୍ଦାକରି ପାଣି ଦେଇଥିଲେ । ବିଶ୍ଵ ଧରିତ୍ରୀ ଦିବସକୁ ଭିନ୍ନ ଢ଼ଙ୍ଗରେ ପାଳନ କରିବା ପାଇଁ ଗାୟତ୍ରୀ ପରିବାର ବିଶ୍ୱ ମଙ୍ଗଳ ଗୋ କଲ୍ୟାଣ ସମିତିର ମୁଖ୍ୟ ସଂଯୋଜକ ପ୍ରକୃତି ବନ୍ଧୁ ପଞ୍ଚାନନ ଖଟୁଆ,ରମ୍ଭା ସାହିତ୍ୟ ଘରର ସମ୍ପାଦକ ପ୍ରକୃତି ବନ୍ଧୁ ଶିକ୍ଷକ ଶେଷଦେବ ବେହେରା,ସେବକ ସଂଘର ମୋଚିରାମ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଜୟ କୁମାର ମିସ୍ତ୍ରୀ, ଲିଙ୍ଗରାଜ ପାତ୍ର, ରଥାଙ୍ଗ ରମଣ ନାହାକ, ଶଙ୍କର ସାହୁ,ଲମ୍ବୋଦର ମହାନ୍ତି ଆଦି ବହୁ ସାମାଜିକ କର୍ମୀମାନେ ବୃକ୍ଷରୋପଣ ଓ ଜଳସିଞ୍ଚନ କାର୍ଯ୍ୟରେ ଯୋଗଦେବା ସହିତ ବୃକ୍ଷର ଉପାଦେୟତା ଉପରେ ସ୍ଲୋଗାନ ଦେଇ ଖୁସିବ୍ୟକ୍ତ କରିଥିଲେ ।