Odisha news

ବଲିଉଡ ସୁପର୍ ଷ୍ଟାର କଲେ ଅଖି ମୁଠି ଅନୁକୂଳ

0

ପିପିଲି… ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ପିପିଲି ର ଅନେକ୍ ସ୍ଥାନରେ ଅଖି ମୁଠି ଅନୁକୂଳ ହୋଇ ଯାଇଥିବା ବେଳେ ବି ଜେ ପି ଦଳ ପକ୍ଷରୁ ଲକ୍ଷ୍ମି ନାରାୟଣ ପୁର୍ ପଞ୍ଚାୟତ ଠାରେ ବଲିଉଡ ସୁପର୍ ଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଓଡିଶା ର ପାରମ୍ପରିକ ରୀତି ରେ ଅଖି ମୁଠି ଅନୁକୂଳ କରିଥିଲେ. ଏହି ଅବସରରେ ଏକ ସାଧାରଣ ସଭାରେ ପୁରୀ ଜିଲ୍ଲା ବି ଜେ ପି ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମିଥୁନ ଚକ୍ରବର୍ତ୍ତୀ, ମୁଖ୍ୟ ବକ୍ତା ଭାବେ ବି ଜେ ପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ୍ ପାତ୍ର, ଏବଂ ସମ୍ମାନିତ ଅତିଥି ଭାବେ ଶଙ୍କର ପରିଡା ଯୋଗ ଦେଇ ବକ୍ତବ୍ୟ ରଖିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ ଭଟ, ସୌମ୍ୟରଞ୍ଜନ ଦାସ, ଶୁଭାଶିଶ ରଥ, ସୁବୋଧ ମହାନ୍ତି ଏବଂ ଅଜୟ ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ l

IEC 2 years
Leave A Reply