Odisha news

ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରମ୍ଭାରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ l

0

ରମ୍ଭା ତା -03/02/2023 ସ୍ଥାନୀୟ ଶ୍ରୀଜଗନ୍ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭା ଗୃହ ପରିସରରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅଧ୍ୟକ୍ଷ ଶ୍ରୀ ପ୍ରସାଦ ରାଓ ପୃଷ୍ଟିଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ନିର୍ଦ୍ଧାରିତ ସୂଚୀ ପ୍ରକାରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା l ରମ୍ଭା ଏନ ଏ ସି ଅଧ୍ୟକ୍ଷା ଶ୍ରୀମତୀ ମାନସୀ ସ୍ୱାଇଁ (ମୁଖ୍ୟ ଅତିଥି), ସୁଶ୍ରୀ ଛବିରାଣୀ ନାୟକ ଏ. ଏସ. ଆଇ ରମ୍ଭା ଥାନା ( ସମ୍ମାନିତ ଅତିଥି), ଅଧ୍ୟକ୍ଷା ପ୍ରତିନିଧି କାହ୍ନା ସ୍ୱାଇଁ, ସଂଯୋଜକ ଅମ୍ବିକା ପ୍ରସାଦ ସାମନ୍ତରାୟ ପ୍ରମୁଖ ମଞ୍ଚାସିନ ହୋଇ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ପ୍ରଶିକ୍ଷାର୍ଥୀ ଛାତ୍ରୀ ମାନଙ୍କୁ ଆତ୍ମ ସୁରକ୍ଷାର କୌଶଳ, ଅପରାଧ ଓ ହିଂସା ନିର୍ଭୟା ଉପରେ ଉପାଖ୍ୟାନ ଦେଇ ଉପକାର ଓ ଅପକାର ଉପରେ ବ୍ୟକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରଶିକ୍ଷିକା ରୂପେ କଲ୍ୟାଣୀ କୁମାରୀ ପଣ୍ଡା, ଭାରତୀ ଗୌଡ଼ ତାଲିମ୍ ଦେଇଥିବା ବେଳେ ଇଁରାଜୀ ଅଧ୍ୟାପକ ଅମ୍ବିକା ପ୍ରସାଦ ସାମନ୍ତରାୟ ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l ପ୍ରଶିକ୍ଷଣରେ 133 ଛାତ୍ରୀ ଭାଗ ନେଇଥିଲେ l

Leave A Reply