ରମ୍ଭା 2, 11.20. ଗଞ୍ଜାମ ଜିଲ୍ଲା ଚିଲିକା ମତ୍ସ୍ୟଜୀବୀ (ପାରମ୍ପରିକ )ସଂଘ ରମ୍ଭାଠାରେ ଅନୁଷ୍ଠିତ ହୋଇଥିଲା. ଛପନ ମୌଜା ଜାତୀ ମହାନ ବ୍ୟକ୍ତି ଗୋଲାପ ମହାପାତ୍ର ମୃତ୍ଯୁରେ ଶ୍ରଦ୍ଧାଞ୍ଜଳି ସଭା ଜ୍ଞାପନ କରାଯାଇଥିଲା l ତାପରେ ମତ୍ସ୍ୟଜୀବୀ ପାଇଁ ବିଭିନ୍ନ ସରକାରୀ ସହାୟତା ଗଞ୍ଜାମ ଜିଲ୍ଲା ବଞ୍ଚିତ, ଅବହେଳିତ ମୁଖ୍ୟ ଚର୍ଚ୍ଚାର ବିଷୟ ଥିଲା. ଜିଲ୍ଲା ମତ୍ସ୍ୟ ଅଧିକାରୀ ବାଲୁଁଗଂ ଖୋର୍ଦ୍ଧା ଗଞ୍ଜାମଜିଲ୍ଲା ପ୍ରତି ବୈମାତୃକ ମନୋଭାବ, ଏଫଓ ଙ୍କ ଏକ ଚାଟିଆ, ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରାଯାଇଥିଲାl
ବର୍ତମାନ ମତ୍ସ୍ୟଜୀବୀ କୃଷିକାର୍ଡ କରିବାରେ ବିଫଳ, ଜାଲ, ଡ଼ଙ୍ଗା ସହାୟତା ରାଶି ହାତଗଣତି ସଭ୍ୟଙ୍କୁ ଦେଇ ଚୂପୁ ବସିଯାଉଛି, ଗଂଜାମ ଜିଲ୍ଲାର 40 ଗୋଟି PFCS ର 5000 ୠଊର୍ଧ୍ୱ ଵାହଣିଆ ସଭ୍ୟ ସରକାରୀ ସୁବିଧାରୁ ବଞ୍ଚିତ ବିଷୟ ଆଲୋଚନା କରାଯାଇଥିଲା, ବର୍ତମାନ ପରିପ୍ରକ୍ଷିରେ 40 ଭାଗ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ, ଚିଲିକାରେ ମାଛ, ଚିଙ୍ଗୁଡ଼ିର ମାନ ହ୍ରାସ ଦୁର୍ଦ୍ଧିନ ଆଡକୁ ଗତି କରିବା ସମସ୍ଥ ଅସୁବିଧା କଥାମାନ ବଖାଣିଥିଲେ, ଆଗମୀଦିନରେ ଜନ ଆନ୍ଦୋଳନର ରୂପରେଖ ନେବବୋଲି ସଂଘ ଉକ୍ତି ବାଢ଼ିଥିଲେ l
ଏକ କାର୍ଯ୍ୟକାରୀ କମିଟି ପ୍ରତେକ ଗ୍ରାମରେ ସଭା କରାଯିବାପାଇଁ ନିଷ୍ପତି ନିଆଗଲା ଆଗାମୀ ନଭେମ୍ବର 8 ତାରିଖ ଦିନ ଦିବା 10 ଘଣ୍ଟା ସମୟରେ ଗଜପତିନଗର ପାଲୁର ଠାରେ ନିଷ୍ପତି ନିଆଗଲା. ଏହି ସଭାରେ ଜିଲ୍ଲା ସାଙ୍ଗଠନିକ ନେତୃତ୍ୱ ମଣ୍ଡଳୀ, ଉପଦେଷ୍ଟା ମଣ୍ଡଳୀ ଉପସ୍ଥିତ ରହିଥିଲେ, ସେମାନେ ହେଲେ, ଗୋବିନ୍ଦ ବେହେରା, ସେନାପତି ବେହେରା,ଲମ୍ବୋଧର ବେହେରା. ରାଜ୍ୟ ମତ୍ସ୍ୟଜୀବୀ ନେତା ଭୀମସେନ ବେହେରା, ନାରୟଣ ଦାସ, ଝଡିଆ ମଲିକ, ରଞ୍ଜନ ମଲିକ, ନରସିଂହ ଦାସ, ରଘୁନାଥ ବେହେରା, ଚିନ୍ତାମଣି ବେହେରା, ବୁଲୁ ବେହେରା, ସନ୍ତୋଷ ବେହେରା, ଶଙ୍କର ବେହେରା, ଭ୍ରମର ଟହଲ ଗୁଣ୍ଡିଚା ବେହେରା , ଶିବରାମ ବେହେରା, ରାଘବ ବେହେରା, ବିନାୟକ ବେହେରା, ପ୍ରମୁଖ ଉପସ୍ଥିତ ଥିଲେ.
