ରାମାୟଣ ର କଥା ଅନୁସାରେ ପ୍ରଭୁ ରାମଚନ୍ଦ୍ର ମା ସୀତା ଓ ଭ୍ରାତା ଲକ୍ଷ୍ମଣ ଙ୍କ ସହିତ ବନବାସ ଥିବା ସମୟରେ ରାବଣ ଦ୍ୱାରା ମା ସୀତା ହରଣ ହୋଇଥିଲେ l ଏବଂ ରାବଣ ତାଙ୍କୁ ଲଙ୍କା ନେଇଯାଇ ଥିଲା l
ଲଙ୍କାପତି ରାବଣ ବାରମ୍ବାର ମା ସୀତା ଙ୍କୁ ଭୟ ଓ ତ୍ରାସ ଦେଖାଇ ଆପଣାଇବାକୁ ଚାହୁଁଥିଲା l କିନ୍ତୁ ମାତା ସୀତା ଙ୍କ ସମୁଖକୁ ଯେତେବେଳେ ରାବଣ ଆସୁଥିଲା ସେତେବେଳେ ମା ସୀତା ନିଜ ହାତରେ ଖଣ୍ଡିଏ ଘାସ କୁ ଧରୁଥିଲେ l ଏହାକୁ ଦେଖି ରାବଣ ଡରି ତାଙ୍କ ଠାରୁ ଦୂରେଇ ଯାଉଥିଲା l ବିଶେଷ ଭାବେ ଏହା ପଛର କାରଣ ରାବଣ କୁ ମିଳିଥିବା ଅଭିଶାପ ଥିଲା l ଏକଦା ରାବଣ ଗୋଟିଏ ସୁନ୍ଦର ତପସ୍ୱିନୀ ଙ୍କ ସହିତ ଦୂରଚାର କରିବାକୁ ଚେଷ୍ଟା କରିଥିଲା l
ତପସ୍ୱିନୀ ଙ୍କ ସମ୍ମାନ ହାନି କରିବା ପରେ ଯେତେବେଳେ ରାବଣ ସେଠାରୁ ଯିବାକୁ ଚାହୁଁଥିଲା ସେତେବେଳେ କୁଶ ବା ଘାସ ସହିତ ଜଡିତ କିଛି ଅଭିଶାପ ଦେଇଥିଲା l ତପସ୍ୱିନୀ ଜଣକ ଅଭିଶାପ ରେ କହିଥିଲେ ଯେ ” ହେ ଦୁଷ୍ଟ ପାପିଷ୍ଠ ଯେତେବେଳେ ତୁ ଯଦି କୌଣସି ନାରୀ କୁ ତାର ବିନା ଅନୁମତିରେ ସ୍ପର୍ଶ କରିବୁ ତେବେ ଖଣ୍ଡିଏ ଘାସ ହିଁ ତାର ରକ୍ଷା କରିବ l ଏବଂ ସେହି ଘାସ ହିଁ ତୋର ବିନାଶ ର କାରଣ ହେବ l ଏହି କାରଣରୁ ମାତା ସୀତା ଙ୍କ ହାତରେ ଖଣ୍ଡିଏ ଘାସ ଦେଖି ରାବଣ ଭୟଭୀତ ହୋଇଯାଉ ଥିଲା l