Odisha news

ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମରେ ସଚିନ ଓ ବିରାଟଙ୍କୁ ନିମନ୍ତ୍ରଣ

0

ନୂଆଦିଲ୍ଲୀ: କ୍ରିକେଟ ଦୁନିଆର ଦୁଇଜଣ ଷ୍ଟାର ଖେଳାଳି ସଚିନ ତେନ୍ଦୁକର ଓ ବିରାଟ କୋହଲି ପଡ଼ିଆରେ ନିଜର ଦମଦାମର ପ୍ରଦର୍ଶନ ଦେଖାଇ ଦର୍ଶକଙ୍କୁ ଖୁସି କରାଇ ଦେଇଥାଆନ୍ତି। ପଡ଼ିଆରେ ଏହି ଦୁଇଖେଳାଳିଙ୍କୁ ତ ଦର୍ଶକ ଅନେକ ଥର ଏକାଠି ଦେଖିବାକୁ ପାଇଛନ୍ତି କିନ୍ତୁ ଆଗାମୀ ଦିନରେ ସଚିନ ଓ ବିରାଟଙ୍କୁ ଦେଶର ସବୁଠାରୁ ବଡ଼ ଧାର୍ମିକ କାର୍ଯ୍ୟକ୍ରମରେ ଏକାସାଙ୍ଗରେ ଦେଖିବାକୁ ମିଳିବ।

ସୂଚନାଯୋଗ୍ୟ, ୨୦୨୪ ଜାନୁଆରି ମାସ ସୁଦ୍ଧା ରାମମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ। ରାମମନ୍ଦିରର ପ୍ରାଣପ୍ରତିଷ୍ଠା କାର୍ଯ୍ୟକ୍ରମ ଜାନୁଆରି ୨୨ ତାରିଖ‌ରେ ରହିଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ସଚିନ ଓ ବିରାଟଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏହି କାର୍ଯ୍ୟକ୍ରମରେ ଚର୍ଚ୍ଚିତ କ୍ରିକେଟ ଯୋଡ଼ିଙ୍କ ସହିତ ୮୦୦୦ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବି ନିମନ୍ତ୍ରଣ କରାଯାଇଛି।

ଏହି ଧାର୍ମିକ କାର୍ଯ୍ୟକ୍ରମ ପୂର୍ବରୁ ସଚିନ ଓ ବିରାଟଙ୍କୁ ଅନେକ ଧାର୍ମିକ ଅନୁଷ୍ଠାନ‌ରେ ବି ଦେଖିବାକୁ ମିଳିଛି। କିଛିମାସ ତଳେ ବିରାଟ ତାଙ୍କ ଧର୍ମପତ୍ନୀ ଅନୁଷ୍କା ଓ ଝିଅଙ୍କ ସହିତ ବିଭିନ୍ନ ଧାର୍ମିକ ଅନୁଷ୍ଠାନକୁ ଯାଇ ପୂଜାପାଠ କରିଥିବା ଦେଖିବାକୁ ମିଳିଥିଲା।

ନିକଟରେ ମୁମ୍ବାଇର ୱାଙ୍ଖେଡେରେ ଖେଳା ଯାଇଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମି ଫାଇନାଲ ମ୍ୟାଚ୍‌ରେ  ବିରାଟ କୋହଲି ୫୦ତମ ଶତକ ହାସଲ କରିଥି‌ଲେ। ବିରାଟଙ୍କ ଏହି ଐତିହାସିକ ଶତକ ବେଳେ ସଚିନ ୱାଙ୍ଖେଡେ ଷ୍ଟାଣ୍ଡରେ ଉପସ୍ଥିତ ରହିଥିଲେ।

ବିରାଟ ଶତକ ହାସଲ କରିବା ପରେ ହେଲମେଟ ଖୋଲି ସଚିନଙ୍କ ଆଗରେ ମୁଣ୍ଡ ନୁଆଁ ଥିଲେ। ସଚିନ ମଧ୍ୟ ତାଳି ମାରି ବିରାଟଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଦୁଇ କ୍ରିକେଟରଙ୍କ ପରସ୍ପର ପ୍ରତି ସମ୍ମାନକୁ ଦେଖି କ୍ରିକେଟପ୍ରେମୀ ଖୁସି ହୋଇଯାଇଥିଲେ।

Leave A Reply