Odisha news

କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଏବଂ ତିନି ସେନାବାହିନୀର ମୁଖ୍ୟମାନଙ୍କ ସହ ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ସ୍ଥିତି ସମେତ ନିରାପତ୍ତା ସମୀକ୍ଷା

0

ନୂଆଦିଲ୍ଲୀ: ପୂର୍ବ ଲଦାଖରେ ଚୀନ୍ ସହ ବିବାଦ ଚାଲିଥିବା ବେଳେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସୋମବାର ଦିନ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ୍‌ ଏବଂ ତିନି ସେନାବାହିନୀର ମୁଖ୍ୟମାନଙ୍କ ସହ ଲଦାଖସ୍ଥିତ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳର ସ୍ଥିତି ସମେତ ନିରାପତ୍ତା ସମୀକ୍ଷା ବୈଠକ କରିଛନ୍ତି।

ଜାତୀୟ ରାଜଧାନୀରେ ଥିବା ପ୍ରତିରକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

Image Courtesy of India Today

ଶନିବାର ଦିନ ଚୀନ୍‌ର ମୋଲ୍‌ଦୋରେ ଦୁଇ ପକ୍ଷଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ସାମରିକ ଆଲୋଚନା କରାଯିବାର ଦୁଇ ଦିନ ପରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜିର ସମୀକ୍ଷା ବୈଠକ କରାଇଛନ୍ତି। ଚୀନ୍ ସହ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଭାରତର ପ୍ରତିନିଧିତ୍ବ କରିଥିଲେ ୧୪ କର୍ପସ୍ କମାଣ୍ଡର୍ ଲେଫ୍ଟନାଣ୍ଟ୍ ହରିନ୍ଦର ସିଂହ। ଚୀନ୍‌ର ପ୍ରତିନିଧିତ୍ବ କରିଥିଲେ ଦକ୍ଷିଣ ଜିନ୍‌ଜିଆଙ୍ଗ୍ ସାମରିକ ଅଞ୍ଚଳର କମାଣ୍ଡର୍ ମେଜର୍ ଜେନେରାଲ୍ ଲିଉ ଲିନ୍।

ଜୁନ୍ ୭ ତାରିଖ ଦିନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କହିଥିଲା କି, ଶାନ୍ତିପୂର୍ଣ୍ଣ ଭାବେ ବିବାଦ ସମାଧାନ କରିବାକୁ ଦୁଇ ପକ୍ଷ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏହି ଭଳି ସାମରିକ ଏବଂ କୂଟନୈତିକ ଆଲୋଚନା ଚାଲୁ ରହିବ।

Leave A Reply