Odisha news

ଅଲିଭରିଡଲେଙ୍କ ଏନ୍ତୁଡିଶାଳ ଗହୀରମଥା ଉପକୂଳ ଏବେ ଶ୍ମସାନ ଭୁଇଁ : ପ୍ରତିଦିନ ମରୁଛନ୍ତି ଶହ ଶହ ଅଲିଭରିଡଲେ କଇଁଛ।

0
ରାଜନଗର :  ଅତିଥି ଅଲିଭରିଡଲେ କଇଁଛଙ୍କ ସୁରକ୍ଷାରେ କାହାରି ଯେମିତି ନିଘା ନାହିଁ। ରାଜ୍ୟ ରାଜଧାନୀ ଭୂବନେଶ୍ୱର ଠୁଁ ଆରମ୍ଭ କରି ଶାସନପେଟା ଯାଏଁ ସବୁଠି ସଚେତନତା ବୈଠକ ହେଉଛି । ସରକାର କଇଁଛଙ୍କ ସୁରକ୍ଷା ପାଇଁ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା କରୁଛନ୍ତି ବୋଲି ଡିଣ୍ଡିମ ପିଟାଯାଉଛି । ମାତ୍ର ପ୍ରକୃତ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳର ର  ଉପକୂଳରେ କୂଢ କୂଢ  ଅଲିଭରିଡଲେ ଙ୍କ ମୃତ ଦେହ ପଡିଛି | ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ନଭେମ୍ବର ପହିଲାରୁ ବନବିଭାଗ, କୋଷ୍ଟଗାର୍ଡ, ମତ୍ସ୍ୟବିଭାଗ ପକ୍ଷରୁ ମିଳିତ ପଇଁତରାକୁ କଡା କଡି କରାଯାଉଥିବା ନେଇ ଡିଣ୍ଡିମ ପିଟାଯାଉଛି । ତିନି ତିନୋଟି ବିଭାଗର ମିଳିତ ପଇଁତରା ସତ୍ୱେ ଟ୍ରଲର ମାଡରେ ପ୍ରତିଦିନ  ଶହ ଶହ କଇଁଛ ମରି ପଡିବା ଘଟଣା ପରିବେଶବିତ୍ ମାନଙ୍କ ମଧ୍ୟରେ ଉଦ୍‌ବେଗ ସୃଷ୍ଟି କରିଛି ।ବେଆଇନ ଟ୍ରଲର ଚଳାଚଳ ଓ ଅସ୍ୱାଭାବିକ ପାଣିପାଗ ଯୋଗୁଁ କଇଁଛଙ୍କ ଆଗମନ ବର୍ଷକୁ ବର୍ଷ ହ୍ରାସ ପାଉଥିବା ବେଳେ ମୃତ୍ୟୁ ହାରକୁ ମଧ୍ୟ ରୋକାଯାଇ ପାରୁନାହିଁ ।ଏପରି ଭାବରେ ଅଲିଭରିଡଲେଙ୍କ ଆଗମନ ହ୍ରାସ ପାଇଲେ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଲେ, ଓଡିଶା ଉପକୂଳରେ ଦିନେ ଏହା ସ୍ୱପ୍ନ ହୋଇଯିବବୋଲି ପରିବେଶବିତ ମାନେ ଆଶଙ୍କା ପ୍ରକାଶ କଲେଣି ।
                ଅନ୍ୟପକ୍ଷରେ କଇଁଛଙ୍କ ମୃତଦେହ ଉପକୂଳ ପରିବେଶକୁ ପୁର୍ତି ଗନ୍ଧମୟ କରିଛି । ବରୁଣେଇ ମୁହାଁଣ, ପେଣ୍ଠ, ସାତଭାୟା, ଗହୀରମଥା, ବାବୁବାଲି ଓ ହବାଳିଖଟି ଠାରେ ମଲା ଓ ମୁଣ୍ଡବିହୀନ କଇଁଛ କୂଳରେ ଲାଗିଥିବା ଦେଖିବାକୁ ମିଳିଛି । ଅଧିକାଂଶ ସ୍ଥାନରେ ମୃତ କଇଁଛଙ୍କୁ କୁକୁର ଖାଉଥିବା ଓ ବାଲିରେ ପୋତା ଯାଉଥିବରର  ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି | ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତିଦିନ ଶହ ଶହ ଅଲିଭରିଡଲେ କଇଁଛଙ୍କ ମୃତ୍ୟୁ ଘଟୁଛି , ମାତ୍ର ବନ ବିଭାଗ ଖାତାରେ ନଭେମ୍ବର ପହିଲାରୁ ଫେବୁୟାରୀ ୨୦ ତାରିଖ ସୁଦ୍ଧା ମାତ୍ର ୯୯ କଇଁଛଙ୍କ ମୃତ୍ୟୁ  ଘଟିଥିବା ନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି | ପକୃତପକ୍ଷେ ପ୍ରତିଦିନ ଶହ ଶହ   ଅଲିଭରିଡଲେ କଇଁଛଙ୍କ  ମୃତୃ ଘଟୁଛି | ବନ ବିଭାଗ ରିପୋର୍ଟରେ ଚଳିତବର୍ଷ ଫେବୃୟାରୀ ୨୦ ତାରିଖ ସୁଦ୍ଧା ୯୯  ଅଲିଭରିଡଲେ କଇଁଛଙ୍କ ମୃତ୍ୟୁ ଘଟିଛି | ଏ ନେଇ ଅନଲାଇନରେ ସରକାରଙ୍କୁ ଏହି ସବୁଜ ରିପୋର୍ଟ ପ୍ରଦାନ କରାଯାଇଛି |  ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଦେବୀ ମୁହାଁଣ ମଧ୍ୟରେ ମାତ୍ର ୯୯ ଅଲିଭରିଡଲେ  କଇଁଛ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ଗହୀରମଥା ରେଞ୍ଜ ସମେତ ରାଜନଗର , କନିକା , ମହାକାଳପଡା , କୁଜଙ୍ଗ ପ୍ରଭୁତି ୫ ଟି ରେଞ୍ଜରେଫେବୟାରୀ ମାସ ୨୦ତାରିଖ ମଧ୍ୟରେ  ମାତ୍ର ୯୯ କଇଁଛ ମୃତ୍ୟୁ ବରଣ କରିଛନ୍ତି |  ସମୁଦ୍ର ଉପକୂଳରେ ଶହ ଶହ ସଂଖ୍ୟା ରେ କଇଁଛ ମରି ପଡିଛନ୍ତି  | କେଉଁ କଇଁଛର ମୁଣ୍ଡ ନଥିବା ବେଳେ ଆଉ କାହାର ମୁଣ୍ଡ ଝୁଲିକି ରହିଛି  | ସବୁଠୁ ଉଦବେଗର ଘଟଣା ହେଲା ଆଉ କିଛି କଇଁଛ ମାଛ ଧରା ଜାଲରେ ଗୁଡାଇ ହୋଇ ମରିପଡିଥିବା ବେଳେ  ଆଉ କିଛି କଇଁଛଙ୍କ ପିଠିରେ ଟ୍ରଲର ମାଡ ଓ ରକ୍ତ ବାହାରି ମରିପଡିଥିବାର ଦୃଶ୍ୟ  ଦେଖିବାକୁ ମିଳିଛି | ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ଗହୀରମଥା ଏବେ  ଶ୍ମସାନ  ପାଲଟି ଗଲାଣି | ୧୯୭୫ ମସିହାରୁ ଗହୀରମଥା ଉପକୂଳରେ ବିରଳ ସାମୁଦ୍ରିକ କଇଁଛଙ୍କ ଆଗମନ, ମିଳନ, ଅଣ୍ଡାଦାନ ପକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା । ୧୯୯୭ ସେପ୍ଟେମ୍ବର ୨୭ରେ ରାଜ୍ୟ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଘୋଷଣା କରିବା ପରେ ସମୁଦ୍ର ଉପକୂଳ ଠାରୁ ୨୦ କିମି ଯାଏଁ ଟ୍ରଲର ସାହାର୍ଯ୍ୟରେ  ମାଛ ଧରାକୁସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି ।ଏପରିକି ପ୍ରତିବର୍ଷ ନଭେମ୍ବର ୧ତାରିଖ ରୁ ମେ ମାସ ୩୧ ଯାଏଁ ଧାମରା ମୁହାଁଣରୁ ଦେବୀ ମୁହାଁଣ ଯାଏଁ ଟ୍ରଲର ଚଳାଚଳ ଓ ମାଛ ଧରା ଉପରେ ବନବିଭାଗ ପକ୍ଷରୁ କଟକଣା ଜାରି କରାଯାଉଛି ।ଏହା ସତ୍ୱେ ଶହ ଶହ ଟ୍ରଲର ବେଧଡକ ଭାବେ ମାଛ ମାରିବା ଓ ଟ୍ରଲରମାଡରେ ପ୍ରତିଦିନ  ଶହ ଶହ କଇଁଛ ମୃତ୍ୟୁ ବରଣ କରିବା ସବୁ ମହଲରେ ଉଦ୍‌ବେଗ ସୃଷ୍ଟି କରିଛି । ଏ ସଂପର୍କରେ ଡିଏଫଓ ସୁଦର୍ଶନ ଗୋପିନାଥ ଯାଦବଙ୍କୁ ପଚାରିବାରୁ ନିଷିଦ୍ଧାଂଚଳ ବାହାରେ ଟ୍ରଲର ଚଳାଚଳ ଯୋଗୁଁ ଟ୍ରଲରର ପ୍ରପଲର ଓ ଜାଲରେ ପଡି କଇଁଛଙ୍କ ମୃତ୍ୟୁ ଘଟୁଛି। ଆମେ ୨୪ ଘଂଟା ପାଟ୍ରୋଲିଂ କରୁଛୁ। ଦେବୀ ଓ ମହାନଦୀ ଏରିୟାରେ ପାଟ୍ରୋଲିଂ କଡାକଡି କରିବାକୁ କୋଷ୍ଟଗାର୍ଡ ଓ ମସ୍ୟବିଭାଗକୁ କହିଛୁ ବୋଲି କହିଛନ୍ତି। ପେଟ୍ରୋଲିଂ କୁ ଆହୁରୀ କଡାକଡି କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବବୋଲି ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି।
Nalco
Leave A Reply