Odisha news

ଧାଉଡିଡିହା ପ୍ରିମିୟର କ୍ରିକେଟ ଲିଗ୍ ଉଦଯାପିତ

0
କେନ୍ଦୁଝର : ଘସିପୁରା ବ୍ଲକ୍ ଖାଳିଆମେଣ୍ଟା ପଞ୍ଚାୟତ ଧାଉଡିଡିହା ଗ୍ରାମର ଖେଳ ପଡିଆ ଠାରେ ମା’ ମଙ୍ଗଳା କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ଚାଲିଥିବା ଜିଲ୍ଲାସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି।
ଉଦ୍‌ଯାପନି ଫାଇନାଲ୍ ମ୍ୟାଚରେ କପୁଣ୍ଡି ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୧୨୭ ରନ୍ କରିଥିଲା। ଜବାବରେ କଅଁସକେନ୍ଦୁଆ ୧୩ ଓଭରରେ ୧୩୦ ରନ କରି ବିଜୟ ହୋଇଥିଲା। ପାର୍ଥସାରଥି ,ଦିବ୍ୟଜ୍ୟୋତି ଓ ବିଶ୍ବରଞ୍ଜନ ଖେଳ ପରିଚାଳନା କରିଥିବା ବେଳେ ସୋମ୍ୟ ସାସ୍ଵତ,ଓଁକାର ରାଉତ ସ୍କୋରର ଭାବେ ଅମ୍ୟ, ମାନସ ଧାରାବିବରଣୀ ଦେଇଥିଲେ । ପୁରସ୍କାର ବିତରଣ ଉତ୍ସବର ମୁଖ୍ୟଅତିଥି ଭାବେ ଘସିପୁରା ବିଧାୟକ ପ୍ରଫେସର ବଦ୍ରିନାରାୟଣ ପାତ୍ର ସମ୍ନାନିତ ଅତିଥି ଭାବେ ସମାଜସେବୀ ଗଗନ ଭୂୟାଁ ,ସମିତି ସଭ୍ୟ ମନୋଜ ଜେନା,ଦେଓଗାଁ ସରପଞ୍ଚ ସତ୍ୟ ରଞ୍ଜନ ଭୂୟାଁ ,ବ୍ଲକ ଉପାଧ୍ଯକ୍ଷ ପଞ୍ଚାନନ୍ନ ବେହେରା ଯୋଗଦେଇ ବିଜେତା ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିଥିଭାବେ ସମାଜସେବୀ ନିର୍ମଳ ରାଉତ, ମାନସ ଜେନା, ସନ୍ତୋଷ ରାଉତ, ଚଗଲା ଚାନ୍ଦ , ସନ୍ତୋଷ ଚାନ୍ଦ,ରଘୁରାଉତ ,ଟୁଲୁ ଚନ୍ଦ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । କ୍ଲବର ସଭାପତି ଲିକୁନୁ ବଳ ଓ କ୍ଳବର ସମସ୍ତ ସଦସ୍ୟ ଉପସ୍ଥିତ ରହି ସହୋଯୋଗ କରିଥିଲେ।
IEC 2 years
Leave A Reply