ରାଜନଗର : ୪/୨ରାଜନଗର ବ୍ଲକ କୁରୁଣ୍ଟି ପଞ୍ଚାଯତ ନୋଧାବସନ୍ତ ସ୍ଥିତ ଇନ୍ଦୁମତୀ ଶିଶୁବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ୍ ଅନାଦି ଚରଣ ଜେନା ଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯକ୍ରମ ରେ ମୂଖ୍ୟ ଅତିଥି ଭାବରେ ଅଷ୍ଟଶମ୍ଭୁ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସର୍ବେଶ୍ଵର ଲେଙ୍କା, ମୂଖ୍ୟ ବକ୍ତା ପ୍ରାକ୍ତନ ଏବିଓ ବିଜୟ କୁମାର ଜେନା, ସମ୍ମାନୀୟ ଅତିଥି ଭାବରେ ବନବିହାରୀଜୀଉ ଉଚ୍ଚବିଦ୍ୟାଳୟ ର ପୂର୍ବତନ ପ୍ରଧାନଶିକ୍ଷକ ଅଭିମନ୍ୟୁ ବରାଳ, ବିରଞ୍ଚି ନାରାୟଣ ବେହେରା, କୈଳାଶ ଚନ୍ଦ୍ର କୁଣ୍ଡ, ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା, ସୈଳେନ୍ଦ୍ରନାରାୟନ ସଂସ୍କୃତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ତଥା ଟ୍ରଷ୍ଟି ଅକ୍ଷୟ କୁମାର ମିଶ୍ର, ପ୍ରଧାନ ପଣ୍ଡିତ କୃଷ୍ଣ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉଚ୍ଛାହିତ କରିବା ସହ କ୍ରୀଡ଼ା, ନୃତ୍ୟ, ସଙ୍ଗୀତ, ଏକକ ଅଭିନୟ ଓ ମିଉଜିକ୍ ଚ୍ୟାର ପ୍ରଭୁତି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଜୟୀ ହୋଇ ଥିବା କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥଲେ। ଏହି କାର୍ଯକ୍ରମ ରେ ବିଦ୍ୟାଳୟ ର ସଭାପତି ଗଙ୍ଗାଧର ଷଣ୍ଢ, ଗୋବିନ୍ଦ ଚନ୍ଦ୍ର ଜେନା, ମୋନାଲିସା ରାଉତ ପ୍ରମୁଖ ଅଂଶଗ୍ରହଣ କରି ଥିବା ବେଳେ ପ୍ରଫୁଲ୍ଲ ପ୍ରଧାନ, ରବୀନ୍ଦ୍ର ବିଶ୍ୱାଳ ଓ ଗୁରୁଜୀ, ଗୁରୁମା ମାନେ କାର୍ଯକ୍ରମ ପରିଚାଳନା କରିଥିଲେ।
ବ୍ରଜ ମିଶ୍ର।