Odisha news

ବାଘମାରି ଓ ରଙ୍ଗଣୀ ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ମାରାଥନ ଶିଳାନ୍ୟାସ

0
 ରାଜନଗର :  ରାଜନଗର ବ୍ଲକ୍ର ବାଘମାରି ଓ ରଙ୍ଗଣୀ ପଂଚାୟତରେ ରାଜନଗର ବିଧାୟକଧ୍ରୁବ ସାହୁ ମାରାଥନ ଶିଳାନ୍ୟାସ କରିଛନ୍ତି |ରାଜନଗରରେ ବିକାଶ ପକ୍ରିୟାକୁ ତ୍ୱରାନ୍ୱିତ କରିବା ଓ ଲୋକଙ୍କ ପାଖରେ ବିକାଶ ପହଂଚାଇବା ପାଇଁ ରାଜନଗର ବିଧାୟକ ଧୂର୍ବ ସାହୁ ଶିଳାନ୍ୟାସ ଓ ଉଦଘାଟନ ପକ୍ରିୟା ଗତ ଏକ ସପ୍ତାହ ହେଲା ଜାରି ରଖିଛନ୍ତି । ଗୁରୁବାର ବାଘମାରୀ  ପଞ୍ଚାୟତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶା ସରକାରଙ୍କ  ଦ୍ଵାରା ଆୟୋଜିତ ବାଘମାରି ଠାରୁ ପଟ୍ଟାପାରିଆ ପର୍ଯ୍ୟନ୍ତ ରାସ୍ତା ପର୍ଯ୍ୟାୟକ୍ରମେ ରକ୍ଷଣ ବେକ୍ଷଣ କାର୍ଯ୍ୟ ବାଘମାରି ଠାରୁ ଶୈଳେନ୍ଦ୍ରସରାଇ ପର୍ଯ୍ୟନ୍ତ ରାସ୍ତା ପର୍ଯ୍ୟାୟକ୍ରମେ ରକ୍ଷଣ ବେକ୍ଷଣ କାର୍ଯ୍ୟ ,ଏହାସହିତ ବିଜୁ ସେତୁ ଅନ୍ତର୍ଗତ ଖାସମୁଣ୍ଡା ଠାରୁ ଶୈଳେନ୍ଦ୍ରସରାଇ ରାସ୍ତା ଉପରିସ୍ଥ କଣ୍ଟିଆନାଳ ଉପରେ ଉଚ୍ଚ ସୋପାନ ସେତୁ ନିର୍ମାଣ କାର୍ଯ୍ୟ , ଉଦ୍ୟାନ ଠାରୁ ଦଳେଇସାହି ରାସ୍ତା ଉପରିସ୍ଥ ବଡକଣ୍ଟିଆନାଳ ଉପରେ ଉଚ୍ଚ ସୋପାନ ସେତୁ ନିର୍ମାଣ କାର୍ଯ୍ୟ ଓ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନରୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି |ରାଜନଗର ବିଧାୟକ  ଧ୍ରୁବ ସାହୁଙ୍କ କରକମଳରେ  ଏହି ସମସ୍ତ ପକଳ୍ପ ଶିଳାନ୍ୟାସ କାର୍ଯ୍ୟ ସମ୍ପାଦିତ ହୋଇଯାଇଛି | ଏହି ଅବସରରେ ବାଘମାରି ଗ୍ରାମ ପଞ୍ଚାୟତର ରାଧାମାଳିପୁର ଠାରେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମର ଶୁଭାରମ୍ଭ ବିଧାୟକ ଶ୍ରୀ ସାହୁଙ୍କ ଦ୍ବାରା କରାଯାଇଛି | ବାଘମାରି ଠାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସାଧାରଣ ସଭାରେ ବିଧାୟକ ଶ୍ରୀ ସାହୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରାଜନଗର ପ୍ରତି ଥିବା ଭଲପାଇବା ସମ୍ପର୍କରେ କହିଥିଲେ , ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର କନିଷ୍ଠ ଯନ୍ତ୍ରୀ ସମୀର ରଂଜନ ବେହେରା, ରାଜନଗର ବ୍ଲକ୍ ବିଜେଡି ସଭାପତି ତଥା ଡେରା ସରପଞ୍ଚ ନିରଞ୍ଜନ ରାଉତ , ବାଘମାରି ସରପଞ୍ଚ ଭବାନୀ ପାତ୍ର , ସମିତି ସଭ୍ୟ ମନୋରଞ୍ଜନ ମଣ୍ଡଳ , ନିର୍ବାଚନ ମଣ୍ଡଳୀ ସାମାଜିକ ଗଣମାଧ୍ୟମ ସଂଯୋଜିକ ବିଜୟ ନାୟକ , ବରିଷ୍ଠ ନେତା ଲକ୍ଷ୍ମୀଧର ବାରିକ , ପ୍ରାକ୍ତନ ସରପଞ୍ଚ ମୁକ୍ତି କୁମାର ପାତ୍ର , ସପନ ପରିଡା, ଶ୍ରୀକାନ୍ତ କୁମାର ପ୍ରଧାନ , କେରୁଆପାଳ ସମିତି ସଭ୍ୟ ମଧୁସୂଦନ ପ୍ରଧାନ , ବରିଷ୍ଠ ନେତା ସୁକଦେବ ପ୍ରଧାନ, ମଣ୍ଟୁ ମାଇତି ,ଯୁବନେତା ରାକେଶ ନାୟକ, ଦିଲ୍ଲୀପ ପଣ୍ଡା ,ସୁରଜ ପୁହାଣ, ଜୟରାମ ସ୍ବାଇଁ, ନିରାକାର ସ୍ବାଇଁ, ବାସୁଦେବ ବାରିକ ପ୍ରମୁଖଙ୍କ ସହିତ ଶହଶହ ସଂଖ୍ୟାରେ କର୍ମୀମାନେ ଉପସ୍ଥିତ ଥିଲେ |ସେହିଭଳି ଅପରାହ୍ନରେ ରଙ୍ଗଣୀ ଗ୍ରାମ ପଞ୍ଚାୟତରେ ଜଳସମ୍ପଦ ବିଭାଗ ଓଡ଼ିଶା ସରକାରଙ୍କ ତଟବନ୍ଧ ବିଭାଜନ ଆଳି ଦ୍ବାରା ରଙ୍ଗଣୀ ସର୍କିଟ ତଟବନ୍ଧର ସୁଦୃଢିକରଣ , ଭେକ୍ଟା ତଟବନ୍ଧର ସୁଦୃଢିକରଣ କାର୍ଯ୍ୟ ସହିତ ରଙ୍ଗଣୀ ଗ୍ରାମ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ଅନୁଦାନରୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପ ଗୁଡିକର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ରାଜନଗର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁଙ୍କ କରକମଳରେ ସମ୍ପାଦିତ ହୋଇଛି  ।ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ତଟବଂଧ ବିଭାଗ ର ସହକାରୀ ଯନ୍ତ୍ରୀ ଜୟ ଚନ୍ଦ୍ର ଜେନା, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଚନ୍ଦ୍ର ଗୁଡିଆ , ରାଜନଗର ବ୍ଲକ୍ ବିଜେଡି ସଭାପତି ନିରଞ୍ଜନ ରାଉତ , ରଙ୍ଗଣୀ ସରପଞ୍ଚ ଲୋପାମୁଦ୍ରା ଜେନା , ସମିତି ସଭ୍ୟ ତପନ ସାହୁ , ତାଳଚୁଆ ପ୍ରାଥମିକ କୃଷି ସେବା ସମବାୟ ସମିତି ସଭାପତି ବଳରାମ ମଣ୍ଡଳ,ବିଜୟ ନାୟକ,ଶ୍ରୀକାନ୍ତ ପ୍ରଧାନ ପ୍ରମୁଖଙ୍କ ସହିତ ଶହଶହ ସଂଖ୍ୟାରେ କର୍ମୀମାନେ ବିଶାଳ ବାଇକ୍ ରାଲିରେ ବିଧାୟକଙ୍କୁ ପାଛୋଟି ଆଣିଥିଲେ । ବିଧାୟକଙ୍କ ଏପରି କାର୍ଯ୍ୟ କୁ ବିଭିନ୍ନ ମହଲରେ ସ୍ଵାଗତ କରଯାଇଛି।
Leave A Reply