ପଟ୍ଟାମୁଣ୍ଡାଇ ତା୧୭.୯- ରାଜନଗର ବିଧାୟକ ଧ୍ରୁବ ସାହୁ ଇତି ମଧ୍ୟରେ ଦୁଇ ଦୁଇ ଥର କରୋନା ପରୀକ୍ଷା କରି କରୋନାମୁକ୍ତ ପ୍ରମାଣପତ୍ର ହାସଲ କରିଛନ୍ତି । କରୋନା ଲଢେଇରେ ସାମିଲ ରାଜନଗର ବିଧାୟକ ଧ୍ରୁବ ସାହୁ କରୋନା , ବର୍ଷା ବିତ୍ପାତ ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକମାନଙ୍କ ସୁରକ୍ଷା ପାଇଁ ବିଭିନ୍ନ ମାସ ମାସ ଧରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ବନ୍ୟା ବିପନ୍ନଙ୍କ ସ୍ଥିତି ଅନୁଧ୍ୟାନ ପାଇଁ ଡଙ୍ଗା ଓ ପାଣିରେ ପଶି ଲୋକମାନଙ୍କୁ ଭେଟିବା ଅବସରରେ କରୋନା ସଂକ୍ରମିତ ହୋଇଛନ୍ତି କି ନା ଜାଣିବା ପାଇଁ ନିଜ ଗାଁ ବେଲପାଳ ଠାରେ ପ୍ରଥମେ କରୋନା ପରୀକ୍ଷା କରି କରୋନା ମୁକ୍ତ ପ୍ରମାଣପତ୍ର ହାସଲ କରିଥିଲେ ।
ନିକଟରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ କରୋନା ରିପୋର୍ଟ ପଜେଟିଭ ଆସିବା ପରେ ଶଶୀଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଧ୍ରୁବ ନିଜର କରୋନା ପରୀକ୍ଷା ଭୂବନେଶ୍ୱର ଠାରେ କରିଥିଲେ । ଆଜି ତାଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଓ ସେ କରୋନାମୁକ୍ତ ବୋଲିୁ ରିପୋର୍ଟ ଆସିଛି ।