Odisha news

ବେଲପାଳ ପାଟନାଳୀ ଉନ୍ନତୀକରଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ

0

ରାଜନଗର ୨୧/୧୦:ଶୁକ୍ରବାର ଗୋପାଳପୁର ଛକନିକଟରେ ଥିବା ତେଲ ଟାଙ୍କି ନିକଟରୁ ବିଶାଳ ବାଇକରାଲି ମାଧ୍ୟମରେ ଜନ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥିଲା । ରାଲିରେ ଯିବା ସମୟରେ ବିଭିନ୍ନ ସ୍ଲୋଗାନ ଦିଆଯାଇଥିଲା । ବେଲପାଳ ଗ୍ରାମ ପଞ୍ଚାୟତର ଆରାଧ୍ଯ ଦେବୀ ଶିଧ ବାସୁଳେଇ ପୀଠ ନିକଟରେ ଆଜିର ପଦଯାତ୍ରା ଶେଷ କରାଯାଇଥିଲା । ଏହା ପରେ ଜଳନିଷ୍କାସନ ବିଭାଜନ କେନ୍ଦ୍ରାପଡା ପକ୍ଷରୁ ବେଲପାଳ ପାଟନାଳୀ ଉପରେ ସ୍ଲୁଇସ ଓ ଗ୍ରାମ୍ଯ ସେତୁ ନିର୍ମାଣ ପ୍ରକଳ୍ପ ଏବଂ ବେଲପାଳ ପାଟନାଳୀ ଉନ୍ନତୀକରଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ରାଜନଗର ବିଧାୟକ ଧ୍ରୁବ ସାହୁଙ୍କ କରକମଳରେ ସମ୍ପାଦିତ କରାଯାଇଥିଲା । ବ୍ଲକ ବିଜେଡି ସଭାପତି ତଥା କେନ୍ଦ୍ରାପଡା ଜିଲ୍ଲା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଅଶୋକ କୁମାର ପ୍ରତୀହାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ଯ ଅତିଥି ଭାବରେ ରାଜନଗର ବିଧାୟକ ଯୋଗଦେଇ ଶିକ୍ଷା, ସ୍ବାସ୍ଥ୍ୟ,ଗମନା ଗମନ, ପାନୀୟଜଳ,ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ,ମୋ ସରକାର ପ୍ରଭୃତି ନବୀନ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଜିଲ୍ଲାପରିଷଦ ସଭ୍ଯ ସୁରେନ୍ଦ୍ର ପ୍ରସାଦ ରାଉତ,ପଞ୍ଚାୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ଉପାଧ୍ୟକ୍ଷ ଗଣେଶ ଗୁଡିଆ, ବିଇଓ ମନୋରଞ୍ଜନ ସେଠୀ,ଜଳନିଷ୍କାସନ ବିଭାଜନ କେନ୍ଦ୍ରାପଡାର ଅଧିକ୍ଷଣ ଯନ୍ତ୍ରୀ ବାଙ୍କବିହାରୀ ସାମଲ, ତହସିଲଦାର ଅଶ୍ବିନୀ କୁମାର ଭୂୟାଁ,ବିଡିଓ ରବିନ୍ଦ୍ର ନାଥ ପ୍ରଧାନ ପ୍ରମୁଖ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ବକ୍ତବ୍ଯ ପ୍ରଦାନ କରିଥିଲେ । ରାଜନଗର ଥାନା ଅଧିକାରୀ ଶ୍ରୀକାନ୍ତ କୁମାର ବାରିକ ଉପସ୍ଥିତଥିଲେ । କାର୍ଯ୍ୟକ୍ରମରେ ସରପଞ୍ଚ ଗୋଲେଖ ଚନ୍ଦ୍ର ସ୍ବାଇଁ,ଅଶୋକ ମହାନ୍ତି,ଆର୍ତ୍ତବନ୍ଧୁ ମହାନ୍ତି,ପ୍ରଶାନ୍ତ କୁମାର ରାଉତ,ଗୋବର୍ଦ୍ଧନ ପ୍ରଧାନ, ବୈବର୍ତ ବିଶ୍ବାଳ,ପତିତପାବନ ପଣ୍ଡା,ସର୍ବେଶ୍ବର ମହାନ୍ତି,ସରୋଜ ରାଉତ,ମନୋଜ ମଲ୍ଲିକ, ଅଂଶୁମାନ ପରିଡା,ନାରୀନେତ୍ରୀ ରଶ୍ମୀରଞ୍ଜିତା ସ୍ବାଇଁ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମର ବିଧାୟକଙ୍କ ଦ୍ବାରା ଶୁଭ ଉଦଘାଟନ ହୋଇଥିଲା ।

Govt
Leave A Reply