ଚଣ୍ଡିଖୋଲ,୨୧/୧୦ : ଦୀର୍ଘଦିନ ହେବ ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ବିଡିଓ ଭାବେ ରହି ବିବାଦୀୟ ହୋଇପଡିଥିବା ଅଜିତନାରାୟଣ ପ୍ରସାଦ ଗିରିଙ୍କୁ ଶେଷରେ ସରକାର ଏଠାରୁ ଅନ୍ୟତ୍ର ବଦଳି କରିଛନ୍ତି! ଶୁକ୍ରବାର ଅଷ୍ଟୋବର ୨୧ ତାରିଖ ଦିନ ତାଙ୍କ ବଦଳି ଆଦେଶ ପ୍ରକାଶ ପାଇଛି! ତାଙ୍କୁ ଅର୍ବାନ ଡେଭଲପମେଣ୍ଟ ବିଭାଗକୁ ବଦଳୀ କରାଯାଇଥଲେ ମଧ୍ୟ ଅନ୍ୟ କୌଣସି ପଦବୀରେ ନିଯୁକ୍ତି ଦିଆଯାଇ ନଥିବା ଜଣାପଡିଛି! ଶ୍ରୀ ଗିରି ବଡଚଣା ବ୍ଳକରେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ବ ସମୟଧରି ବିଡିଓ ଭାବେ କାର୍ଯ୍ୟ କରିବା ସମୟ ମଧ୍ୟରେ ଅଚଳ ଗାଡିକୁ ସଚଳ ଦେଖାଇ ସରକାରୀ ତହବିଲରୁ ଅର୍ଥ ଉଠାଇନେବା,ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେଇ ଅଯୋଗ୍ୟ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ସୁବିଧା ପ୍ରଦାନ କରିବା,ବ୍ଳକର ୧୮ଟି ପଞ୍ଚାୟତରେ ନିର୍ମାଣ ହୋଇ ପଡିରହିଥିବା ମାର୍କେଟ କମ୍ପଲେକ୍ସ ଗୁଡିକୁ ନିଲାମ କରିବା କ୍ଷେତ୍ରରେ ସରକାରୀ ନିତି ନିୟମକୁ ଉଲଙ୍ଘନ କରିବା ଏବଂ ଏଥିନେଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ଅଣଦେଖା କରିବା ସହ କେତେକ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଜାଣିସୁଣି ଅସହଯୋଗ ଓ ହଇରାଣ କରିବା ପ୍ରଭୃତି ଅନେକ ବିବାଦରେ ଛନ୍ଦି ହୋଇ ପଡିଥିଲେ!ଯାହାକୁନେଇ ବ୍ଳକର ବହୁ ସାଧାରଣ ଗରିବ ଲୋକ ତଥା ବୁଦ୍ଧିଜୀବୀ ମାନେ ଦୀର୍ଘଦିନ ହେଲା ତାଙ୍କ କାର୍ଯ୍ୟ ଧାରାରେ ଅସନ୍ତୋଷ ବ୍ୟକ୍ତ କରି ଆସୁଥିଲେ!
