Odisha news

ଭିତରକନିକାରେ ୪୮ କୁମ୍ଭୀରବସା ଚିହ୍ନଟ

0
ରାଜନଗର ୧୨/୬ :  ଭିତରକନିକା ଜାତୀୟ ଉଦ୍ୟାନ ଅଧିନରେ ଥିବା କନିକା ବନାଞ୍ଚଳରେ ପ୍ରବାହିତ ନଦୀ ନାଳରେ ବସବାସ କରୁଥିବା ମାଆ ବଉଳା କୁମ୍ଭୀର ମାନେ କରିଥିବା ବସା ଗୁଡିକୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଉଛି । କନିକା ବନାଂଚଳରେ ୪୮ଟି କୁମ୍ଭୀର ବସା ଠାବ କରାଯାଇଥିବା  ବନବିଭାଗ ପକ୍ଷରୁ ସୂଚନା ମିଳିଛି। ଚଳିତମାସ ୧ ତାରିଖରୁ କୁମ୍ଭୀର ବସା ଚିହ୍ନଟ ପକ୍ରିୟା ଜାରି ରହିଛି । କନିକା ରେଂଜର ଭିତରକନିକା, ରଗଡାପାଟିଆ, ଡାଙ୍ଗମାଳ, ଚିନ୍ତାମଣି ମହାନ୍ତି କ୍ରିକ ଅଂଚଳରେ ଏହି କୁମ୍ଭୀର ବସା ଚିହ୍ନଟ ହୋଇଛି । ବର୍ତମାନ ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଇ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବଉଳା କୁମ୍ଭୀର ମାନଙ୍କ ପ୍ରଜନନ ପକ୍ରିୟା ହୋଇଥାଏ । ଏହି ସମୟରେ ମାଆ ବଉଳା କୁମ୍ଭୀର ମାନେ ନଦୀର ଜୁଆର ଠାରୁ ୫ଫୁଟ ଦୂରତ୍ୱରେ ନଦୀ ପଠାରେ ବସା ବାନ୍ଧିଥାନ୍ତି । ଗତବର୍ଷ ଭିତରକନିକାରେ ୧୨୨ଟି କୁମ୍ଭୀର ବସା ଚିହ୍ନଟ ହୋଇଥିଲା ।
Ad2
Leave A Reply