Odisha news

ବୈତରଣୀ ସେତୁ ରୁ ନଦୀକୁ ଡେଇଁ ଛାତ୍ରୀ ନିଖୋଜ : ଆତ୍ମହତ୍ୟାର ମାଧ୍ୟମ ପାଲଟିଛି ବୈତରଣୀ ବ୍ରିଜ

0
ରାଜକନିକା : ଆଜି ପଣା ସଂକ୍ରାନ୍ତି  ସମସ୍ତେ ବ୍ୟସ୍ତ ଥିବାବେଳେ  ଏକ ଦୁଃଖଦ ଘଟଣା ଘଟି ଯାଇଛି  l ରାଜକନିକା ଓ ଚାନ୍ଦବାଲି କୁ ସଂଯୋଗ କରୁଥିବା ଚାନ୍ଦବାଲି ବୈତରଣୀ ସେତୁ ଉପରୁ ଡେଇଁ ଜଣେ ଛାତ୍ରୀ ନିଖୋଜ ହୋଇଛନ୍ତି ।ସୂଚନା ଅନୁସାରେ ଯୁବତୀ ଜଣକ ଘର ଧାମରା ମେରାଇନ ଥାନା ଜାଗୁଳା ଗାଁ ହୋଇଥିବା ବେଳେ ସେ ରାଜକନିକା ବୁରୁଡ଼ିଆ ଗ୍ରାମରେ ମାମୁଁ ଘରେ   ରହି ଏସ ଏନ କଲେଜ ରେ ଯୁକ୍ତ ୩ ରେ ପାଠ ପଢୁଥିଲେ ।
ସ୍ବର୍ଗତ ସଦାନନ୍ଦ ଜେନା ଙ୍କ ସାନ ଝିଅ ସିମରନ ଜେନା. ମା କଳ୍ପନା ଜେନା ଚାନ୍ଦବାଲି ଉରାସାହି ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ବେଳେ ଝିଅ ସିମରନ ମାମୁଁ ଘରେ ରହି ଏସ ଏନ କଲେଜ ରେ ପାଠ ପଢୁଥିଲେ ଯୁକ୍ତ ୩ ରେ l ଗୁ ରୁବାର  ସକାଳେ ମାମୁଁ ଘରୁ ଚାନ୍ଦବାଲି କୁ କମ୍ପ୍ୟୁଟର କ୍ଲାସ କରିବେ ବୋଲି କହି ବାହାରି ଯାଇଥିଲେ । ହେଲେ ସମୟ ୧୨ଟା ବେଳେ ବୈତରଣୀ ପୋଲ ରୁ ସାଇକେଲ ଓ ବ୍ୟାଗ ରଖି ପୋଲ ଉପରୁ  ନଦୀକୁ ଡେଇଁ ପଡିଥିବା କିଛି ଲୋକ ଦେଖିବାକୁ ପାଇଥିଲେ।
ବ୍ୟାଗରେ +୨ ସାର୍ଟିଫିକେଟ ସହିତ ଆଉ କିଛି କାଗଜ ଏକ ବ୍ୟାଙ୍କ ପାସବୁକ ରହିଛି। ସାର୍ଟିଫିକେଟ ରେ ସିମିରନ ଜେନା ଓ ମା’ଙ୍କ ନା କଳ୍ପନା ଜେନା ବୋଲି ଜଣାପଡିଛି। ତେବେ ଖବର ପାଇବା ପରେ ରାଜକନିକା ଅଗ୍ନିଶମ ବାହିନୀ ଓ  ଚାନ୍ଦବାଲି ଅଗ୍ନିଶମ ବାହିନୀ ପହଁଚି ନଦୀରେ ଖୋଜାଖୋଜି କରୁଛନ୍ତି। ତେବେ ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିପାରିନି। ରାଜକନିକା ପୋଲିସ୍ ଝିଅଟିର ସାଇକେଲ ଓ ବ୍ୟାଗକୁ ତାଙ୍କ ମାମୁଁ ଚିହ୍ନଟ କରିବାପରେ ଥାନାକୁ ନେଇଛନ୍ତି।  କେଉଁ ପରିସ୍ଥିତିରେ ପୋଲ ରୁଡେଇଁଲେ ତାହା ଜଣାପଡିନାହିଁ। ପୋଲିସର ତଦନ୍ତ ଜାରି ରହିଛି । ରିପୋଟ ଲେଖାହେବା ପର୍ଯ୍ୟନ୍ତ ଝିଅଟିକୁ ଉଦ୍ଧାର ହୋଇ ନ ଥିବା ଜଣା ପଡିଛି । ସିମରନ କାହିଁକି ପୋଲାରୁ ଡେଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ. ଏପର୍ଯ୍ୟନ୍ତ ଥାନା ରେ କୌଣସି ରିପୋର୍ଟ ପରିବାର ପକ୍ଷରୁ ହୋଇନଥିବା କହିଛନ୍ତି ଥାନା ଅଧିକାରୀ ବିଲ୍ଵମଙ୍ଗଳ ସେଠି l ୨୦୦୫ ମସିହାଠାରୁ ଏହି ବ୍ରିଜ ଚାଲୁ ହେବା ଠାରୁ ବ୍ରିଜରୁ ନଦୀକୁ ଡେ଼ଇଁ ପ୍ରାୟ କୋଡ଼ିଏ ଜଣଙ୍କ ଆତ୍ମହତ୍ୟା କଲେଣି।ଆତ୍ମହତ୍ୟାର ବଡମାଧ୍ୟମ ପାଲଟିଛି ଏହି ବୈତରଣୀ ପୋଲ ।
Nalco
Leave A Reply