Odisha news

ବର୍ଷା ଦିନକୁ ଦୃଷ୍ଟିରେ ରଖି ପରିମଳ ନିରୀକ୍ଷକ ମାନଙ୍କୁ ନେଇ ଡୁଡା ପିଡିଙ୍କ ବୈଠକ

0
ଛତ୍ରପୁର ୧୨/୬ : ସ୍ଥାନୀୟ ନଗର ଉନ୍ନୟନ ସଂସ୍ଥା ର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ସମସ୍ତ ଏନଏସି ର ପରିମଳ ନିରୀକ୍ଷକ ମାନଙ୍କୁ ନେଇ ଏକ ବୈଠକ ଡୁଡା ପିଡି ସଚ୍ଚିଦାନନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ବର୍ଷା ଋତୁ ନିମନ୍ତେ ସହରର ସମସ୍ତ ନାଳ, ନର୍ଦ୍ଦମା ଗୁଡିକୁ ସଫେଇ କରାଯିବା ସହ ବର୍ଷା ପାଣି ସଠିକ୍ ନିଷ୍କାସନ କରିବା, ରାସ୍ତା ଘାଟ କୁ ସଫେଇ କରିବା ଆଦି ବିଷୟ ନେଇ ଆଲୋଚନା ହୋଇଥିଲା । ଏହାସହ ପରିମଳ କର୍ମଚାରୀ ମାନଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଡୁଡା ପିଡି ଶ୍ରୀ ନାୟକ ସମସ୍ତ ଏନଏସିର ପରିମଳ ନିରୀକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ଜିଲ୍ଲା ନଗର ଉନ୍ନୟନ ସଂସ୍ଥାର ସମସ୍ତ କର୍ମଚାରୀ ଓ ସମସ୍ତ ଏନଏସିର ପରିମଳ ନିରୀକ୍ଷକ ମାନେ ଉପସ୍ଥିତ ଥିଲେ ।
Nalco
Leave A Reply