Odisha news

ଲଘୁଚାପ ଜନିତ ବର୍ଷା ଯୋଗୁଁ ରାସ୍ତାରେ ବସ ଦବି ଯିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ଠପ : ତୁରନ୍ତ ମରାମତି କରିବାକୁ ଅଞ୍ଚଳ ବାସୀଙ୍କ ଦାବୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ର ସରାମୁଳି ଗ୍ରାମ ପଞ୍ଚାୟତ ମହକୁମାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ରାସ୍ତା ନିର୍ମାଣ ସରିଛି। ହେଲେ ଚଳିତ ବର୍ଷ ବର୍ଷାରେ ଏହି ମୁଖ୍ୟରାସ୍ତାରେ ଥିବା ପୁରୁଣା ଛୋଟ ପୋଲଟିଏ ଧୋଇ ହୋଇ ଯାଇଛି। ପଞ୍ଚାୟତ ବାସୀଙ୍କ ଗମନା ଗମନର ସୁବିଧା କରିବାକୁ ଯାଇ ହୋମ ପାଇପ ପକାଇ ମାଟିର ଅସ୍ଥାୟୀ ରାସ୍ତା କରାଯାଇଛି। ଲଘୁଚାପ ଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମାଟି ବହୁତ ଓଦା ଥିବାରୁ ବ୍ରହ୍ମପୁରରୁ ସରାମୁଳି ପଞ୍ଚାୟତ ମହକୁମା କୁ ରାତିରେ ଯାଉଥିବା ମହାଲକ୍ଷ୍ମୀ ବସ ନୂତନ ଭାବେ ନିର୍ମିତ ମାଟି ରାସ୍ତାରେ ଦବି ଅଟକି ରହିଛି। ସେହିପରି ପୂର୍ବରୁ ସନ୍ଧ୍ୟା ସମୟରେ ଯାଇ ପଞ୍ଚାୟତ ମହକୁମାରେ ରହିଥିବା ପଦ୍ମାଳୟା ବସ ସକାଳୁ ସକାଳୁ ଯାତ୍ରୀ ନେଇ ବ୍ରହ୍ମପୁର ଯାଉଥିବା ବେଳେ ଅଣ ଓସାରିୟା ମାଟିରାସ୍ତା ଯୋଗୁଁ ମହାଲକ୍ଷ୍ମୀ ବସ ଅଟକିଥିବା ରାସ୍ତାରେ ଦବି ଅଟକି ଯାଇଥିବା ଖବର ହସ୍ତଗତ ହୋଇଛି।

ଯାହା ଫଳରେ ଗୋଟିଏ ଯାଗାରେ ଦୁଇଟି ବସ ଅଟକି ଯିବାରୁ, ସେହି ରାସ୍ତାରେ ଯାତାୟାତ  ଠପ ହୋଇଥିବା ଜଣା ପଡ଼ିଛି। ଅଞ୍ଚଳ ବାସୀ ଜରୁରୀ କାମନେଇ କୋର୍ଟ ତହସିଲ, ବ୍ଲକ କାର୍ଯ୍ୟାଳୟକୁ ଠିକ ସମୟରେ ପହଞ୍ଚି ନପାରି ନାହିଁନଥିବା ଅସୁବିଧାର ସମୁଖୀନ ହୋଇଥିବା ପ୍ରକାଶ ପାଇଛି। ଏହିପରିକି ସେହି ରାସ୍ତାରେ ଅଟୋ ଯିବାତ ଦୂରର କଥା ମୋଟର ସାଇକେଲ ଯିବାବି ସମ୍ଭବ ହେଉନଥିବା ଜଣାପଡିଛି। ପଞ୍ଚାୟତ ବାସୀଙ୍କ ସହଯୋଗରେ ଜେସିବି  ମେସିନ ସହାୟତାରେ ରାସ୍ତାରୁ ଦୁଇଟି ଗାଡ଼ି ହଟାଇବା ପରେ ଦିନ ପାୟ ୯ଘଣ୍ଟା ସମୟରେ ଗମନା ଗମନ ସ୍ବଭାବିକ ହୋଇଥିବା ଖବର ହସ୍ତଗତ ହୋଇଛି। ଏଣୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅତି ଶୀଘ୍ର ପଞ୍ଚାୟତ ମହକୁମା ମୁଖ୍ୟ ରାସ୍ତାକୁ ପକ୍କା ରାସ୍ତା ଭାବେ ସଜାଡ଼ିବାକୁ ଦାବି କରିଛନ୍ତି।

Comments are closed.