Odisha news

ପରିମଳ ଯୋଜନା ଦୁର୍ନୀତି ମହିଳା ଗୋଷ୍ଠୀ ଥାନା ରେ ଏତଲା ଦେଲେ

କାକଟପୁର : କାକଟପୁର ବ୍ଲକ କଣ୍ଟାପଡା ଗ୍ରାମ ପଂଚାୟତ ରେ ପରିମଳ ଯୋଜନା ରେ ହୋଇ ଥିବା ଦୁର୍ନୀତି ଓ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ ରେ ସମ୍ପୃକ୍ତ ମହିଳା ଗୋଷ୍ଠୀ ର ସଭାପତି ଓ ସମ୍ପାଦକ ନାମରେ ଏତଲା ଦେଲେ ଗ୍ରାମବାସୀ ଓ ଅନ୍ୟ ମହିଳା ଗୋଷ୍ଠୀ l ଘଟଣା ରୁ ଜଣାପଡିଛି ଯେ କାଣ୍ଡିସାହି ଗ୍ରାମରେ 2018/21 ମଧ୍ୟରେ ପରିମଳ ଯୋଜନା ରେ କାର୍ଯ୍ୟ ନହୋଇ 17 ଲକ୍ଷ ଟଙ୍କା କିଛି ଦଲାଲ ଓ ମହିଳା ଗୋଷ୍ଠୀ  ଫର୍ଜରୀ ବିଲ କରିନେଇଥିବା ସଂକ୍ରାନ୍ତ ରେ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଗତ କାଲି ବିଡ଼ିଓ କାର୍ଯ୍ୟାଳୟ ଘେରାଉ କରିଥିଲେ l ବିଡ଼ିଓ ଏ ଘଟଣା ବିଷୟରେ ତଦନ୍ତ କରିବା ପାଇଁ ଅଭିଯୋଗ କାରି ଗୋଷ୍ଠୀ ଙ୍କୁ ପଂଚାୟତ କୁ ଡାକିଥିଲେ l କିନ୍ତୁ ସେମାନେ ପଂଚାୟତ କୁ ନଯାଇ ବ୍ଲକ ବିଡ଼ିଓ କାର୍ଯ୍ୟାଳୟ ଆଗରେ ଧାରଣା ରେ ବସିଥିଲେ l ଶେଷରେ ବିଡ଼ିଓ ତୁଷାର ଜ୍ୟୋତି ରଞ୍ଜନ ଥାନାରେ ଅଭିଯୋଗ କରିବା ପାଇଁ କହିବା ପରେ ମହିଳା ଗୋଷ୍ଠୀ ସମ୍ପୃକ୍ତ ଗୋଷ୍ଠୀ ର ସଭାପତି ଓ ସମ୍ପାଦକ ନାମରେ କାକଟପୁର ଥାନା ରେ  ଏତଲା ଦେଇଛନ୍ତି l ପୋଲିସ ଘଟଣା ର ତଦନ୍ତ କରୁଛି l ଅପର ପକ୍ଷରେ କଣ୍ଟାପଡା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କୁ ଏ ବିଷୟରେ ପଚାରିବାରୁ ସେ କହି
ଥିଲେ ଘଟଣା ତଦନ୍ତ ହେଉ, ପ୍ରକୃତ ଦୋଷୀ ଧରା ଯାଇ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ l ମହିଳା ଗୋଷ୍ଠୀ ପକ୍ଷରୁ ଝୁନି କାଣ୍ଡି, ରଞ୍ଜନା କାଣ୍ଡି, ବିନୋଦିନୀ କାଣ୍ଡି, ସିଲା କାଣ୍ଡି, ସୁବାସିନୀ କାଣ୍ଡି, ସ୍ୱର୍ଣଲତା କାଣ୍ଡି, ପ୍ରମିଳା କାଣ୍ଡି, ଝୁମୁରି କାଣ୍ଡି, କନକ କାଣ୍ଡି, ରାଜଶ୍ରୀ କାଣ୍ଡି, ମନୋରମା କାଣ୍ଡି, ରଶ୍ମିତା କାଣ୍ଡି ଙ୍କ ସମେତ ଶତାଧିକ ମହିଳା ଓ କାଣ୍ଡିସାହି ଗ୍ରମବାସୀ ଏହି ଘେରାଉ ରେ ଯୋଗଦେଇଥିଲେ l
Nalco

Comments are closed.