09209/09210 ଭଲସାଡ-ପୁରୀ-ଭଲସାଡ ବିଶେଷ ଏକ୍ସପ୍ରେସ ଟ୍ରେନ ସମୟ ସାରଣୀକୁ ଜାନୁୟାରୀ ମାସ ୨୮ ତାରିଖ ଠାରୁ ଭଲସାଡରୁ ଏବଂ 31 ଜାନୁୟାରୀ 2021 ରୁ ପୁରୀରୁ ନିମ୍ନଲିଖିତ ଅନୁଯାୟୀ ସଂଶୋଧିତ ସମୟସରଣୀ ଅନୁଯାୟୀ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି |
09209 ଭଲସାଡ-ପୁରୀ ଏକ୍ସପ୍ରେସ ସ୍ପେଶାଲ 28 ଜାନୁଆରୀ, 2021 ଠାରୁ ପ୍ରତ୍ୟେକ ଗୁରୁବାର ଦିନ ରାତ୍ର ୮ଘ.୧୫ମି. ବଦଳରେ ରାତ୍ର ୮ଘ.୧୦ମି.ରେ ଭଲସାଡ ଛାଡିବ ଏବଂ ଶନିବାର ଦିନ ପୂର୍ବାହ୍ନ ୦୯ଘ.୪୫ମି. ପରିବର୍ତ୍ତେ 0930 ଘଣ୍ଟାରେ ପୁରୀରେ ପହଞ୍ଚିବ | ଫେରିବା ମାର୍ଗରେ 09210 ପୁରୀ-ଭଲସାଡ ଏକ୍ସପ୍ରେସ ସ୍ପେସିଆଲ ରବିବାର ଦିନ ସକାଳ ୦୬ଘ.୩୦ମି. ପରିବର୍ତ୍ତେ ଏଣିକି ରବିବାର ୦ଘ.୩୦ମି. (ଶନିବାର ମଧ୍ୟରାତ୍ରି) ରେ ପୁରୀ ଛାଡିବ ଏବଂ ପ୍ରତ୍ୟେକ ସୋମବାର ସନ୍ଧ୍ୟା ୭ଘ.୫୦ମି. ପରିବର୍ତ୍ତେ ମଧ୍ୟାହ୍ନ ୧୨ଘଟିକାରେ ଭଲସାଡରେ ପହଞ୍ଚିବ |
ବିଭିନ୍ନ ଷ୍ଟେସନରେ 09209/09210 ଭଲସାଡ-ପୁରୀ-ଭଲସାଡ ଏକ୍ସପ୍ରେସର ସମୟ ସାରଣୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି | ଯାତ୍ରୀମାନଙ୍କୁ ଉପରୋକ୍ତ ଟ୍ରେନର ଆଗମନ ଏବଂ ପ୍ରସ୍ଥାନ ବିଷୟରେ ଯାତ୍ରା ପୂର୍ବରୁ ଅନୁସନ୍ଧାନ ଦ୍ୱାରା ସୂଚନା ନେବାକୁ ଅନୁରୋଧ କରାଯାଇଛି |
