ବ୍ରହ୍ମପୁର: ମହାତ୍ମା ଗାନ୍ଧୀଙ୍କ ସହୀଦ ଦିବସକୁ ବ୍ରହ୍ମପୁର ଠାରେ କୋଭିଡ଼ ଗାଇଡ଼ ଲାଇନ୍ କୁ ମାନି ଆସନ୍ତା କାଲି ଅନୁଷ୍ଠିତ ହେବ ଗଞ୍ଜାମ ଜିଲ୍ଲା କମିଟି କଂଗ୍ରେସ ପକ୍ଷରୁ କାର୍ଯ୍ୟକ୍ରମ । ଏହି ଦିବସ ପାଳନ ପାଇଁ ଖଲ୍ଲିକୋଟ କଲେଜ ଷ୍ଟାଡିୟମ୍ଠାରେ ବୈଠକ ଅନୁଷ୍ଠିତ ହେବ । କିନ୍ତୁ ଏହି କାଯ୍ୟକ୍ରମରେ କେବଳ ୧୫୦୦ ଲୋକଙ୍କୁ ଅନୁମତି ଥିବା ବେଳେ କୋଭିଡ଼ ଟେଷ୍ଟ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ହେଲେ ପ୍ରଶାସନର ଏଭଳି କଟକଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଧାନସଭାର କଂଗ୍ରେସ ଦଳର ଚିଫ ୱିଫ୍ ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ରାଜ୍ୟର କଳାହାଣ୍ଡିରେ ୫୦ ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହେବା ସହିତ ବ୍ରହ୍ମପୁର ରାମଲିଙ୍ଗେଶ୍ୱ ପାର୍କରେ ୨୦ ଓ ୩୦ ରୁ ହଜାର ଲୋକେ ଉପସ୍ଥିତ ରହିଥିଲେ । ହେଲେ ଉକ୍ତ କାର୍ଯ୍ୟକ୍ରମରେ କେତେ ଜଣ ବ୍ୟକ୍ତିବିଶେଷଙ୍କ କୋଭିଡ୍ ଟେଷ୍ଟ ହୋଇଥିଲା ବୋଲି ତାରାପ୍ରସାଦ ପ୍ରଶ୍ନ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା କି ରାଜ୍ୟ ସରକାର ଚାହୁଁନାହାନ୍ତି ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ସୃଦଢ ହେଉ । ଏଭଳି କଟକଣା ଜାରି କରିବା ରାଜ୍ୟ ସରକାରଙ୍କ ଦୈମୁହାଁ ନୀତି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବଦିକ ସମ୍ମିଳନୀରେ କହିଛନ୍ତି । ଏପରିକି କଟକ ବରମୁଣ୍ଡା ବସଷ୍ଟାଣ୍ଡ ରେ କେତେ ଲୋକେ ଥିଲେ ବୋଲି ପ୍ରଶ୍ନ ମଧ୍ୟ କରିଥିଲେ । ସେହିପରି କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ଉପରେ ବର୍ଷିଲେ ତାରା । ଏହି ଅବସରରେ ରାଜ୍ୟ ସରକାର ଙ୍କ ଏହି କୋଭିଡ଼ ଗାଇଡ଼ ଲାଇନ୍ କୁ ମାନି ଆମେ ବୈଠକ କରିବୁ କିନ୍ତୁ ରାସ୍ତାରେ ଆସିଲା ବେଳେ କିମ୍ବା ବୈଠକରେ ଯଦି କିଛି ଅସୁବିଧା ହୁଏ ତେବେ ସରକାର ଦାୟୀ ରହିବେ ବୋଲି ସେ କହିଲେ । ବୈଠକ ପାଇଁ ରାଜ୍ୟ ସରକାର ଚାହୁଁନାହାନ୍ତି ବୋଲି କହିଥିଲେ । ଆମର ଏହି ବୈଠକ ପାଇଁ ଆମେ ପୂର୍ବରୁ କମିଶନର ଏବଂ ଜିଲାପାଳଙ୍କୁ ଅବଗତ କରାଇଥିଲୁ କିନ୍ତୁ ହଠାତ୍ କୋବିଡ଼ ଗାଇଡ଼ ଲାଇନ୍ ଲାଗୁ କରିଦେଲେ । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡିର ବିଧାୟକ ରମେଶ ଚନ୍ଦ୍ର ଜେନା ଉପସ୍ଥିତ ରହି ଆସନ୍ତାକାଲି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଆହ୍ବାନ କରାଯାଇଥିଲା ।