ଗତକାଲି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ରେଳପଥର 44 ତମ ଜୋନାଲ ରାଜଭାଷା କାର୍ଯ୍ୟନ୍ୱୟନ କମିଟି ବୈଠକ ଏହାର ମୁଖ୍ୟ ରାଜଭାଷା ଅଧିକାରୀ ତଥା ମୁଖ୍ୟ ରୋଲିଂ ଷ୍ଟକ୍ ଇଞ୍ଜିନିୟର (କୋଚିଂ) ଶ୍ରୀ ବିରେନ୍ଦ୍ର ମୁଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି |
ଏହି ବୈଠକରେ ହିନ୍ଦୀରେ କାର୍ଯ୍ୟକାରିତା ଏବଂ ପ୍ରଗତିଶୀଳ ବ୍ୟବହାର ଉପରେ ଆଲୋଚନା କରାଯାଇଥିଲା | ଏହି ଅବସରରେ ରାଜଭାଷା ପ୍ରୟୋଗକୁ ବିସ୍ତାର କରିବା ପାଇଁ ଏକ ବୈଷୟିକ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିଲା | ରାଜଭାଷାର କାର୍ଯ୍ୟକାରିତା ଉପରେ ବକ୍ତାମାନେ ପାୱାର୍ ପଏଣ୍ଟ ଏବଂ ମୌଖିକ ଭାବେ ସେମାନଙ୍କର ବକ୍ତବ୍ୟ ଉପସ୍ଥାପନା କରିଥିଲେ |
ଶ୍ରୀ ଆଶୁତୋଷ କୁମାର ଶୁକ୍ଳା, ଉପମୁଖ୍ୟ ରାଜଭାଷା ଅଧିକାରୀ ତଥା ଉପମୁଖ୍ୟ ଯନ୍ତ୍ରୀ (ଡ୍ରଇଂ) ଙ୍କ ସହିତ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଏହି ବୈଠକରେ ଯୋଗଦାନ କରିଥିଲେ |
