ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସାନତ୍ରିବିଡା ଗ୍ରାମର ବବୁଲ ପ୍ରଧାନଙ୍କ ସହିତ ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମର କିନ୍ନର ଚିନ୍ମୟୀ ଙ୍କ ବିବାହ ଆୟୋଜିତ ହୋଇଯାଇଛି । ଉଭୟଙ୍କ ମଧ୍ୟରେ ପାଞ୍ଚ ବର୍ଷର ପ୍ରେମ ସମ୍ପର୍କ ଥିବା ବେଳେ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସ୍ନେହ ପ୍ରେମ ମାନେନା ବାଧା ବନ୍ଧନ , ପରସ୍ପରକୁ ଆପଣାଇବାର ଇଚ୍ଛା ଆଗରେ ସବୁକିଛି ହାର ମାନିଥାଏ । ସୂଚନା ଅନୁସାରେ ଉଭୟ ପରିବାରଙ୍କ ସହମତିରେ ବିବାହ ହୋଇଥିଲା । ବିବାହ ବନ୍ଧନରେ କିନ୍ନର ଚିନ୍ମୟୀ ସାମଲ ବାନ୍ଧି ହୋଇଥିବା ସମୟରେ ତାଙ୍କର ବହୁ ଶୁଭେଚ୍ଛୁ ଉପସ୍ଥିତ ରହି ଉଭୟଙ୍କୁ ଶୁଭକାମନା ଜଣାଇଥିଲେ ।
