ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରେଳବାଇ ରୋଲିଙ୍ଗସ୍ଟକ, ଭିତ୍ତିଭୂମି (ଇନଫ୍ରାଷ୍ଟ୍ରକଚର) ଏବଂ ସଂରକ୍ଷା ସମୀକ୍ଷା
ସୁରକ୍ଷା, ମାଲ ପରିବହନ ଏବଂ ବ୍ୟବସାୟ ବିକାଶ, ରୋଲିଙ୍ଗ ଷ୍ଟକ୍ ରକ୍ଷଣାବେକ୍ଷଣ (କୋଚ୍, ୱାଗନ୍ ଏବଂ ଲୋକୋମୋଟିଭ୍) ଏବଂ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ବ ତଟ ରେଳବାଇର କାର୍ଯ୍ୟଦକ୍ଷତା ସମ୍ପର୍କରେ ଏହାର ଜେନେରାଲ୍ ମ୍ୟାନେଜର ଶ୍ରୀ ବିଦ୍ୟା ଭୂଷଣଙ୍କ ନିକଟରେ ସମୀକ୍ଷା କରାଯାଇଛି |
ଟ୍ରେନ ପରିଚାଳନା ସହିତ କାର୍ଯ୍ୟ କରୁଥିବା ରେଳବାଇର ବିଭିନ୍ନ ବିଭାଗ ଯଥା ପରମାନେଣ୍ଟ ୱେ, ରୋଲିଂ ଷ୍ଟକ୍, ସିଗନାଲ୍ ଇତ୍ୟାଦିର ନବୀକରଣ ସହିତ କର୍ମଚାରୀଙ୍କ ତାଲିମ ପାଇଁ ବର୍ଷ ବର୍ଷ ଧରି ପଦକ୍ଷେପ ନେଇଛନ୍ତି | ଗତ ଆର୍ଥିକ ବର୍ଷ ଆରମ୍ଭରୁ ଅର୍ଥାତ୍ 1 ଏପ୍ରିଲ 2019 ଠାରୁ ପୂର୍ବତଟ ରେଳପଥ ସଂରକ୍ଷା କ୍ଷେତ୍ରରେ ଶୂନ୍ୟ ଦୁର୍ଘଟଣା ହାସଲ କରିଛି | ଟ୍ରେନ୍ ଚଳାଚଳ ପାଇଁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନବୀକରଣ ପାଇଁ ମଧ୍ୟ ବିଶେଷ ପଦକ୍ଷେପ ଦିଆଯାଇଛି | ସାଇଡିଂ ଏବଂ ୟାର୍ଡରେ ଟ୍ରେନ ଲାଇନଚ୍ୟୁତ ନହେବା ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବାକୁ ରେଳପଥର ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇ କାର୍ଯ୍ୟଧାରାରେ ସଂଶୋଧନ ଆଣିବାକୁ କହିଛନ୍ତି |
130 କିଲୋମିଟର ବେଗରେ ଟ୍ରେନ୍ ଚଲାଇବା ପାଇଁ ରେଳବାଇକୁ ପ୍ରସ୍ତୁତ ରହିବା ସହିତ ପ୍ରାଧିକରଣ ପାଇଁ ତୁରନ୍ତ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରିବାକୁ ମହାପ୍ରବନ୍ଧକ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି | PSR ଏବଂ TSR ହ୍ରାସ କରିବାରେ ଅଗ୍ରଗତି ସମ୍ବନ୍ଧରେ ମାସିକ ସମୀକ୍ଷା କରିବା ଆବଶ୍ୟକ ବୋଲି ଶ୍ରୀ ବିଦ୍ୟାଭୂଷଣ କହିଥିବା ବେଳେ ବ୍ଲକ ଉତ୍ପାଦନର ବିଶ୍ଳେଷଣ, ଲକ୍ଷ୍ୟ ହାସଲ କରିବା ପାଇଁ ସୋଲାର ପ୍ୟାନେଲଗୁଡିକର କାର୍ଯ୍ୟ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ଆବଶ୍ୟକ ବୋଲି ସେ କହିଛନ୍ତି |
ଏହା ବ୍ୟତୀତ, ବିଜନେସ୍ ଡେଭଲପମେଣ୍ଟ୍ ୟୁନିଟ୍ ଗୁଡିକ ପାରାଦୀପରେ ଜିପ୍ସମ୍ ଲୋଡିଂ, ସୀମାଦ୍ରୀ ସ୍ଥିତ ଏନଟିପିସି ରୁ ଫ୍ଲାଏ ଆଶ୍ ପରିବହନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିବାବେଳେ ବିଦ୍ୟମାନ ଷ୍ଟକ୍ ଗଦା ଏବଂ ତାଜା ଉତ୍ପାଦନକୁ ଟ୍ରେନ ଦ୍ୱାରା ପରିବହନ କରିବାକୁ ପଦକ୍ଷେପ ନେଇ ସମ୍ବଲପୁର ରେଳମଣ୍ଡଳରୁ ମକା ପରିବହନ ଉପରେ ବିଶେଷ ଦୃଷ୍ଟି ଦେବାକୁ କହିଛନ୍ତି | ପରିଚାଳନା ସୁବିଧା ପାଇଁ ୱେ ବ୍ରିଜ (ଓଜନ ମାପିବା ବ୍ରିଜ୍) ଥିବା ସ୍ଥାନ ମାନଙ୍କରେ ସମୀକ୍ଷା କରି ବିଶେଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଓଜନ ମିଟର (ୱେ ମିଟର) କାର୍ଯ୍ୟକ୍ଷମ ସୁବିଧା ଓ ରିଡିଂ କରିବାକୁ ନିର୍ଦ୍ଦେଶ ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ନିର୍ଦେଶ ଦେଇଛନ୍ତି |
ଏଗୁଡିକ ବ୍ୟତୀତ, କ୍ରିୟୁ ଲିଙ୍କରେ ଟ୍ରେନ ଗାର୍ଡ ଏବଂ ଲୋକୋ ପାଇଲଟ ମାନଙ୍କର ପଞ୍ଜିକରଣ ମେଳ କରାଇବାକୁ ମହାପ୍ରବନ୍ଧକ ନିର୍ଦ୍ଦେଶ ଦେଇଥିବାବେଳେ ଅତିରିକ୍ତ ଚାହିଦା ଚିହ୍ନଟ ହେଲେ ନରଣପୁର ଓ ଟମକା ଷ୍ଟେସନ ଠାରେ ଥିବା ଗୁଡ଼ସେଡ ଗୁଡିକର ପୁନଃ ପ୍ରଚଳନ କରାଇବା ପାଇଁ ନିର୍ଣ୍ଣାୟକ କାର୍ଯ୍ୟର ଆବଶ୍ୟକତା ଅଛି ବୋଲି ସେ କହିଛନ୍ତି |