ରାହାମା-୧୫/୦୫/୨୨ : ଜିଲ୍ଲାର ଜଣାଶୁଣା ସମାଜସେବୀ ତଥା ମଦର ଟେରେସା ଫାଉଣ୍ଡେସନ ଓଡିଶା ଶାଖାର ରାଜ୍ୟ ଅଧ୍ୟକ୍ଷ ଡ଼ଃ ସୁନାକର ବେହେରାଙ୍କ ସମାଜ ସେବା କ୍ଷେତ୍ରରେ ସଫଳତା ଓ ରାଜ୍ୟରେ ଦୃନୀତି ନିବାରଣ ନିମନ୍ତେ ସାମାଜିକ ସଂସ୍କାର ମୂଳକ କାର୍ଯ୍ୟ ପାଇଁ ସର୍ବଭାରତୀୟ ଦୁର୍ନୀତି ନିବାରଣ ପାର୍ଲ୍ୟାମେଣ୍ଟାରୀ କମିଟି ଦ୍ୱାରା ନିୟୁଦିଲ୍ଲୀ ଠାରେ ଆୟୋଜିତ କେନ୍ଦ୍ର ସରକାରଙ୍କ କନଷ୍ଟିଚ୍ୟୁସନ କ୍ଲବ ସଭାଗୃହରେ ଶ୍ରୀଯୁକ୍ତ ବେହେରାଙ୍କୁ ପ୍ରାଉଡ଼ ଇଣ୍ଡିଆ ପାର୍ଲ୍ୟାମେଣ୍ଟ ଆୱାର୍ଡରେ ସାମାଜିକ ନ୍ୟାୟିକ ଓ ସଶକ୍ତିକରଣ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ରାମଦାସ ଅଠାୱାଲେଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଅଛି.ଉକ୍ତ ସଭାରେ ସାଂସଦ ଡ଼ଃ ଉମେଶ ଯାଦବ,ସ୍କୁୱାଡର୍ମ ତୋଲିକା ରାଣୀ, ବିଶିଷ୍ଟ ବଲିଉଡ ଅଭିନେତା ସହାବାଜ ଖାନ,କେନ୍ଦ୍ରୀୟ ବରିଷ୍ଠ ଦୁର୍ନୀତି ନିବାରଣ ପଦାଧିକାରୀବୃନ୍ଦ,ସୁପ୍ରିମକୋର୍ଟ ବରିଷ୍ଠ ଆଇନୀଜୀବି ରମେଶ ଖେଣ୍ଡୁ ରାଠୋଡ଼ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତଥିଲେ.ଜଗତସିଂହପୁର ଜିଲ୍ଲାର ଏକମାତ୍ର ବିଶିଷ୍ଟ ବ୍ୟକ୍ତି ରୂପେ ସମ୍ବର୍ଦ୍ଧିତ ହୋଇଥିବାରୁ ଜଳସେଚନ,ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ଶ୍ରୀଯୁକ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ,ଜଗତସିଂହପୁର ସାଂସଦ ଡା ରାଜଶ୍ରୀ ମଲ୍ଲିକ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲି,ପାରାଦ୍ୱୀପ ବିଧାୟକ ଶ୍ରୀଯୁକ୍ତ ସମ୍ବିତ ରାଉତରାଏ, ଜଗତସିଂହପୁର ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ,ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ଅଖିଳେଶ୍ୱର ସିଂ, ଓଡିଶା ସାମ୍ବାଦିକ ସଙ୍ଘ ଓ ଜଗତସିଂହପୁର ଜିଲ୍ଲା ସାମ୍ବାଦିକ ସଙ୍ଘ,ଜଗତସିଂହପୁର ଜିଲ୍ଲା ବାର ଆସୋସିଏସନ ତିର୍ତୋଲ,କୁଜଙ୍ଗ ବାର ଆସୋସିଏସନ ସହିତ ଓଡ଼ିଶାର ବହୁ ସରକାରୀ ବେସରକାରୀ ଅନୁଷ୍ଠାନ ତରଫରୁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି.
