Odisha news

ବେଧଡ଼କ ଗୋ ଚାଲାଣ , ରାସ୍ତା କଡରେ ଫିଙ୍ଗି ଚାଲି ଗଲେ : ବିଭିନ୍ନ ସଙ୍ଗଠନ ପକ୍ଷରୁ ନିନ୍ଦା

0
ରାଇଘର ୧୫:୦୫:୨୨- ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକରେ ଗୋ ଚାଲାଣ କାରୀଙ୍କ ରାଜ୍ ବଢିବାରେ ଲାଗିଛି l ଖୁଲମ୍ ଖୁଲା ଗୋ ଚାଲାଣ ହେଉଥିବା ବେଳେ ବର୍ତମାନ ଗୋ ଚାଲାଣ କାରୀ ଏକ ଗାଇକୁ ଫିଙ୍ଗି ଚାଲି ଯାଇଥିବା ଦୃଶ୍ୟ ବିଭିନ୍ନ ସଙ୍ଗଠନ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ଗୋ ଚାଲାଣ ଲଗାତାର ଭାବରେ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ମଧ୍ୟ ନିରବଦ୍ରଷ୍ଟା ସାଜିଛି l
ସବିଶେଷ ଖବରରୁ ପ୍ରକାଶ ଯେ – ରାଇଘର ବ୍ଲକ ସଦର ମହକୁମା ଧଡ଼ରାପାରା ସ୍ଥିତ ବିଜୁ ପଟ୍ଟନାୟକ ବିଦ୍ୟାଳୟ ନିକଟରେ ଥିବା ନୀଳଗିରି ଜଂଗଲ ମଧ୍ୟରେ ଏକ ଗାଇକୁ ଫିଙ୍ଗି ଦେଇଥିବା ବେଳେ ଉକ୍ତ ପରିବେଶ ବର୍ତମାନ୍ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ଏଭଳି ରାସ୍ତା କଡରେ ଫିଙ୍ଗି ଦେଉଥିବା ଘଟଣାକୁ ସବୁ ମହଲରେ ଅସନ୍ତୋଷ ପ୍ରକାଶ ସହ ଆନ୍ଦୋଳନ ଦାନା ବାନ୍ଧୁଛି l ନବରଙ୍ଗପୁର ଜିଲ୍ଲାରୁ ରାଜ୍ୟ ବାହାରକୁ ଗୋରୁ ଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବ୍ୟବସାୟୀ ମାନେ ବିଭିନ୍ନ ହାଟରୁ ଗୋରୁ କିଣି ପୋଡଶୀ ଆନ୍ଦପ୍ରଦେଶ କୁ ଚାଲାଣ କରୁଛନ୍ତି l ପ୍ରଶାସନ ସମ୍ମୁଖ ରେ ପ୍ରତିଦିନ ଏପରି ଗୋ ଚାଲାଣ ଚାଲିଥିଲେ ମଧ୍ୟ ଅଙ୍କୁଶ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ କିଛି ପଦକ୍ଷେପ ନିଆଯାଉନାହିଁ l
ଜିଲ୍ଲାର ରାଇଘର ବ୍ଲକରେ ଗୋ ଚାଲାଣ ଅଧିକ ମାତ୍ରାରେ ହେଉଥିବା ନେଇ ବିଭିନ୍ନ ମହଲରେ ଅଭିଯୋଗ ପରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଥିଲା l ପରବର୍ତୀ ସମୟରେ ଗୋ ଚାଲାଣ ହ୍ରାସ ପାଇଥିଲା କିନ୍ତୁ ଧିରେ ଧିରେ ପୁଣି ଥରେ ଆରମ୍ଭ ହୋଇଯାଇଛି ଗୋ ଚାଲାଣ l ରାଇଘର ବ୍ଲକରେ ଗୋଟିଏ ଟ୍ରକରେ ୬୦ରୁ ୭୦ ଗୋରୁଙ୍କୁ ଦୈନିକ ନିଆ ଯାଉଛି l ହଜାର ହଜାର ଗୋରୁଙ୍କୁ ବିନା ଖାଦ୍ୟରେ ଛତିଶଗଡ ରୁ ଆମ ଅଂଚଳ ଦେଇ ପିଟି ପିଟି ନିଆ ଯାଉଛି l ଗୋ ଚାଲାଣକୁ ଯେଉଁ ଭଳି ରୋକା ଯାଇ ପାରିବ ସେଥି ପ୍ରତି ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ବିଭିନ୍ନ ସଙ୍ଗଠନ ସଦସ୍ୟ ଏକତ୍ରିତ ହୋଇ ପ୍ରଶାସନ କୁ ଦାବୀ ପତ୍ର ପ୍ରଦାନ କରିଥିଲେ l ବିଭିନ୍ନ ସଙ୍ଗଠନର ଗୋ ଚାଲାଣ ବିରୋଧୀ ସ୍ବର ପୁଣି ଥରେ ଆରମ୍ଭ ହେବା ଭଳି ଦାନା ବାନ୍ଧୁଛି l ପ୍ରଶାସନ ସବୁ ଦେଖି ନିରବ ରହୁଥିବା ବେଳେ କୈଣସି କାର୍ଯ୍ୟାନୁଷ୍ଠାନ କରିବା ପରିବର୍ତେ ଗୋ ଚାଲାଣ କାରୀଙ୍କୁ ସୁରକ୍ଷା ଦେବା ଭଳି ମନେ ହେଉଛି l
ଜିଲ୍ଲା ପ୍ରଶାସନ ସହ ସ୍ଥାନୀୟ ପୋଲିସ ପ୍ରଶାସନ,ଲୋକ ପ୍ରତିନିଧି,ବିଭିନ୍ନ ସଙ୍ଗଠନ ଏଥି ପ୍ରତି ଦୃଷ୍ଟି ଦେଇ ଗୋ ଚାଲାଣ କାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି l
Ad2
Leave A Reply