ରଘୁନାଥପୁର, ଓଡିଶା ସରକାରଙ୍କ ୫ଟି କାର୍ଯ୍ୟକ୍ରମର ଅନୁଧ୍ୟାନ ପାଇଁ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଜି ରାଜ୍ୟ ସରକାରଙ୍କ ଓଡିଶା ଷ୍ଟେଟ୍ ମେଡିସିନ୍ ର୍କୋପୋରେଶନ ଲିମିଟେଡର ପରିଚାଳନା ନିର୍ଦେଶିକା ୟାମିନୀ ଷଢଙ୍ଗୀ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ସେ ନିରାମୟ କେନ୍ଦ୍ରକୁ ଯାଇ ରୋଗୀ ମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ଔଷଧ ରୋଗୀ ମାନଙ୍କୁ ଠିକଭାବେ ବିତରଣ ନେଇ ରେକର୍ଡ ଯାଚଂ କରିଥିଲେ । ପରେ ମେଡିକାଲ ପରିସରରେ ଥିବା ପାଥୋଲୋଜି ବିଭାଗକୁ ଯାଇ ରୋଗୀମାନଙ୍କର ରକ୍ତ, ମଳ, ମୂତ୍ର ଇତ୍ୟାଦି ପରୀକ୍ଷା କରିବା ପାଇଂ ବ୍ୟବହୃତ କେମିକାଲ ଗୁଡିକ ବାବଦରେ ଟେକିନିସିଆନ୍ଙ୍କ ଠାରୁ ପଚାରି ବୁଝିବା ସହ ମହିଳା ଓ ପ୍ରସୂତି ବିଭାଗର କାର୍ଯ୍ୟ,ମାଗଣା ଔଷଧ ବଂଟନ ଓ ଖାଦ୍ୟ ବିଷୟରେ ବୁଝିଥିଲେ ଓ ସ୍ୱାସ୍ଥୟକେନ୍ଦ୍ରର ଚତୁଃପାଶ୍ୱର୍ ପରିବେଶ ବୁଲି ଦେଖିଥିଲେ । ଶ୍ରୀମତୀ ଷଢଙ୍ଗୀଙ୍କ ଗସ୍ତ ସମୟରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବସନ୍ତ ବାରିକ, ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଟ ଡଃ ଶୁକାନ୍ତ କୁମାର ଦଳାଇ ବ୍ଲକ ପୋଗ୍ରାମ ମ୍ୟାନେଜର ରଞ୍ଜିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।