Odisha news

ପୁରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ ଯାଞ୍ଚ, ୫ ଲକ୍ଷ ଟଙ୍କା ଜରିମାନା ଆଦାୟ, ୪୦ ଡ୍ରାଇଭିଂଙ୍ଗ୍ ଲାଇସେନ୍ସ ବାତିଲ

0
ପୁରୀ:  ରାଜ୍ୟ ପରିବହନ ବିଭାଗ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଲ ମେଣ୍ଟ ଯାଞ୍ଚକୁ କଡ଼ା କଡ଼ି କରା ଯାଇଛି। ସେହିପରି ଦୁଇ ଚକିଆ ଯାନରେ ତିନ ଜଣ ଆରୋହୀଙ୍କୁ ମଧ୍ୟ ଚେକିଙ୍ଗ କରା ଯାଇ ଜରିମାନା ଆଦାୟ କରା ଯାଇଛି।
ସଡକ ଦୁର୍ଘଟଣାକୁ ରୋକିବା ଏବଂ ମୁଣ୍ଡରେ ହେଲ ମେଣ୍ଟ  ପିନ୍ଧି ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ସାଧାରଣ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ  ଏହି
କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି।
ଚଳିତ ମାସ ୧୫ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସପ୍ତାହ ବ୍ୟାପି ଏହି ହେଲମେଣ୍ଟ ଚେକିଂ କାର୍ଯ୍ୟକ୍ରମ ଚାଲିବ ବୋଲି କହିଛନ୍ତି ପୁରୀ ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳେଇ। ଶ୍ରୀ ଦଳେଇ ସୂଚନା ଦେଇ କହିଛନ୍ତି ସଡକ ସୁରକ୍ଷା ଜୀବନ ରକ୍ଷା ହେଉଛି  ପରିବହନ ବିଭାଗ ର ପ୍ରମୁଖ ଦାୟୀତ୍ୱ। ନିୟମ ଉଲଙ୍ଘନ କରୁଥିବା  ବାଇକ୍ ଆରୋହୀଙ୍କ ହେଲମେଟ ପିନ୍ଧି ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ବିଭାଗ ପକ୍ଷରୁ ବାରମ୍ବାର ସଚେତନ କରା ଯାଇଛି। ଯେଉଁମାନେ ନିୟମ ଉଲଙ୍ଘନ କରୁଛନ୍ତି ତାଙ୍କ ଠାରୁ ଆଇନ ଅନୁଯାୟୀ ଜରିମାନା ଆଦାୟ କରା ଯାଇଛି।
ବିନା ହେଲ ମେଣ୍ଟରେ ଦୁଇ ଚକିଆ ଯାନ ଚଳାଉ ଥିବା ବ୍ୟକ୍ତିଙ୍କ ଠାରୁ  ଆଜି ଜରିମାନା ଆଦାୟ କରା ଯାଇଛି।  ଆଜିର ଏହି ଯାଞ୍ଚ ସମୟରେ ମୋଟ ୧୪୦ ଜଣ ବ୍ୟକ୍ତି ବିନା ହେଲ ମେଣ୍ଟରେ ଦୁଇ ଚକିଆ ଯାନ ଚଳାଉ ଥିବା ଧରା ପଡିଛନ୍ତି। ନିୟମ ଉଲଙ୍ଘନ କରି ବିନା ହେଲମେଣ୍ଟରେ ବାଇକ୍ ଚଳାଉ ଥିବା ଅଭିଯୋଗରେ ୪୦ ଜଣ ବାଇକ ଚାଳକଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ବାତିଲ କରା ଯାଇଛି। ସେହିପରି ଗତ ୪ ଦିନ ମଧ୍ୟରେ ଜରିମାନା ବାବଦକୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଦାୟ ହୋଇଛି ବୋଲି କହିଛନ୍ତି ପୁରୀ ଆରଟିଓ ସମୀର କୁମାର ଦଳେଇ। କାର୍ଯ୍ୟାଳୟ ପକ୍ଷରୁ ପୁରୀ କୋଣାର୍କ ମେରିନ ଡ୍ରାଇଭ୍ ରୋଡ ହୋଟେଲ ତୋଷାଳୀ ସ୍ୟାଣ୍ଡସ ନିକଟରେ ହେଲମେଣ୍ଟ ପିନ୍ଧି ଦୁଇ ଚକିଆ ଯାନ ଚଳାଇବା ପାଇଁ ଦହି ସରବତ ପ୍ରଦାନ ପୂର୍ବକ ଏକ ସଚେତନତା କାର୍ଯ୍ୟକ୍ରମ କରା ଯାଇଥିଲା। ଆଜିର ଏହି ଯାଞ୍ଚ କାର୍ଯ୍ୟ କ୍ରମରେ ଏମଭିଆଇ ଶୁଭେନ୍ଦୁ ରାୟ, ସହକାରୀ ଏମଭିଆ ଇ ବାମଦେବ ସାହୁ, ଇନ୍ସପେକ୍ଟର ସୁଶାନ୍ତ କୁମାର ପାତ୍ର, କନେଷ୍ଟବଳ ଶିବ ପ୍ରସାଦ ବାହୁବଲେନ୍ଦ୍ର, ସୁବାସିନି ଓଝା, ଅଶୋକ କୁମାର କାଷ୍ଟ,  ଇନ୍ସପେକ୍ଟର ଅପରେଟର ଅଜୟ କୁମାର ମହାନ୍ତି ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ।
Nalco
Leave A Reply