କୋଣାର୍କ – ୧୮/୫ କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ଛକ ନିକଟରେ ଥିବା ଏକ ବ୍ଯକ୍ତିଙ୍କ ବାଡିରେ ଏକ ୪ବର୍ଷର ଅଣ୍ଡିରା ହରିଣ ମରି ପଡିଥିବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧିନସ୍ଥ ଜୁଣେଇ ଛକ ଠାରେ ଥିବା ସୁରେନ କୁମାର ପାଲ ନାମକ ବ୍ଯକ୍ତିଙ୍କ ବାଡିରେ ଏକ ହରିଣ ମରି ପଡିଥିବା ଦେଖି ସ୍ଥାନୀୟ କୋଣାର୍କ ବନବିଭାଗକୁ ଖବର ଦେଇଥିଲେ। ଖବର ପାଇ କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ଘଟଣା ସ୍ଥଳରେ ପହଞ୍ଚି ମୃତ ହରିଣଟିର ମୃତ ଦେହକୁ ଜବତ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ। କୋଣାର୍କ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ଶବ ବ୍ୟବଚ୍ଛେଦ କରାଯିବା ପରେ ମାଟି ତଳେ ପୋତା ଯାଇଥିବା କୋଣାର୍କ ବନାଚଂଳ ଅଧିକାରୀ ବେଣୁଧର ବେହେରା ପ୍ରକାଶ କରିଛନ୍ତି।
