Odisha news

ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ ନିର୍ଦ୍ଦେଶକଙ୍କ ପୁରୀ ଗସ୍ତ

0
ପୁରୀ। ସୂଚନା ଓ ଲୋକ ସମ୍ପର୍କ ବିଭାଗ କେନ୍ଦ୍ରାଞ୍ଚଳ ଉପ- ନିର୍ଦ୍ଦେଶକ ହେମନ୍ତ କୁମାର ନାୟକ ଆଜି ପୁରୀ ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଶ୍ରୀ ନାୟକ ପୂର୍ବାହ୍ନରେ ପୁରୀରେ  ପହଞ୍ଚି ଥିଲେ।  ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପରେ ସେ ଜିଲ୍ଲା ସୂଚନା  କାର୍ଯ୍ୟାଳୟରେ ଥିବା ସମସ୍ତ ରେକର୍ଡ ଓ ନଥିପତ୍ର ଯାଞ୍ଚ କରିଥିଲେ । ପରେ ଶ୍ରୀ ନାୟକ ଟାଉନହଲ ସ୍ଥିତ ପାଠାଗରକୁ  ଯାଇ ତ୍ପାହିଲେ। ସେଠାରେ ସେ ପାଠକଙ୍କ ନିମନ୍ତେ ଥିବା ଆନୁଷଙ୍ଗିକ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମନ୍ବୟ ରଖି କାର୍ଯ୍ୟ କରିବାକୁ ଉପସ୍ଥିତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ ।
Ad2
Leave A Reply