Odisha news

ଗଣତନ୍ତ୍ର ଲାଗି ସମ୍ବାଦ ଓ ସାମ୍ବାଦିକତା ଅପରିହାର୍ଯ୍ୟ

0

ପୁରୀ :ସୁଦୃଢ ଗଣତନ୍ତ୍ର ଲାଗି ସମ୍ବାଦ ଓ ସାମ୍ବାଦିକତା ଅପରିହାର୍ଯ୍ୟ । ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଲେଲିନ୍ ମଧ୍ୟ ସାମ୍ବାଦିକ ଥିଲେ । ଜାତୀୟ ସଂହତି ଓ ସାମାଜିକ ପ୍ରଭାବକୁ ନଜରରେ ରଖି ସମ୍ବାଦ ପରିବେଷଣ କରାଯିବା ଉଚିତ । ତଥ୍ୟ ଭିତ୍ତିକ ଓ ସତ୍ୟ ଅଧାରିତ ଖବର ପରିବେଷଣ ଦିଗରେ ସାମ୍ବାଦିକମାନେ ଜତ୍ନବାନହେବା ଅବଶ୍ୟକ ବୋଲି ରାଜ୍ୟର ବରିଷ୍ଠ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରୀ ଜିଲ୍ଲା ପତ୍ରକାର ସଂଘର ବାର୍ଷିକ ଉତ୍ସବରେ ଯୋଗଦେଇ ଅତିଥିମାନେ ଉପରୋକ୍ତ ମତ ଦେଇଛନ୍ତି । ପୁରୀଜିଲ୍ଲା ପତ୍ରକାର ସଂଘର ସଭାପତି ବିଜୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ସମ୍ବାଦ ଓ ସାମ୍ବାଦିକତା ଶୀର୍ଷକ ଆଲୋଚନାଚକ୍ର’କୁ ବିଧାୟକ ଜୟନ୍ତକୁମାର ଷଢଙ୍ଗୀ ଉଦ୍ଘାଟନ କରିଥିଲେ ।

ଆଲୋଚନାଚକ୍ରରେ ବରିଷ୍ଠ ସାମ୍ବାଦିକ ତଥା ସୂଚନା କମିଶନର ଦିଲ୍ଲୀପ ବିଷୋଇ, ରବି ଦାସ ,ରାଜାରାମ ଶତପଥି,ଓଡ଼ିଶା ରିଭୁୁ୍ୟର ସମ୍ପାଦକ ଲେଲିନ୍ ମହାନ୍ତି,ସଂଘର ସମ୍ପାଦକ ଶଙ୍କର ବେହେରା ଓ ସଞ୍ଜିବ ରଥଶର୍ମା ପ୍ରମୁଖ ଯୋଗଦେଇ ରାଜ୍ୟ ୨୫ ପ୍ରତିଶତ ଖବର କେବଳ ପୁରୀରେ ରହିଥିବା କହିଥିଲେ । ତେଣୁ ସମ୍ବାଦ ଓ ସାମ୍ବାଦିକତା କ୍ଷେତ୍ରରେ ପୁରୀର ସ୍ଥାନ ସ୍ୱତନ୍ତ୍ର ବୋଲି ସେମାନେ ଉଲ୍ଲେଖ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ରାଜକୁମାର ମହାନ୍ତି,ସ୍ତମ୍ବକାର ଗୌରାଙ୍ଗ ପରିଡ଼ା ଓ ରାଜେଶ ମିଶ୍ର ପ୍ରମୁଖ ଉପସ୍ଥିତଥିଲେ । ପ୍ରାରମ୍ଭରେ ଗତକାଲି ସଡ଼କ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବା ସାମ୍ବାଦିକ ଓ କରୋନାରେ ପ୍ରାଣହରାଇଥିବା ସମ୍ବାଦିକମାନଙ୍କ ଉଦେ୍ଦଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉଚ୍ଚମାଧ୍ୟମିକ ନିଦେ୍ର୍ଦଶାଳୟର ଯୁଗ୍ମ ନିଦେ୍ର୍ଦଶକ ବିଶ୍ୱଜିତ ଘୋଷ, ଗୋପବନ୍ଧୁ ଆର୍ୟୁବେଦ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ସୁଦର୍ଶନ ବେହେରା,ବିରଷ୍ଠ ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ରଥଶର୍ମା, ଯୁବ ସଂଗଠକ ଛବିନ୍ଦ୍ର ପଢିଆରୀ,ସାମ୍ବାଦିକ ପ୍ରଦୀପ ମହାନ୍ତି,ଶୈଳେନ୍ଦ୍ର ଆଚାର୍ଯ୍ୟ,ଗଜେନ୍ଦ୍ର ମହାରଣା,ରଣଜିତ୍ ମିଶ୍ର, ଶ୍ୟାମକାହ୍ନା ପଟ୍ଟନାୟକ ଓ ଭିଡ଼ିଓ ଗ୍ରାଫର ଚନ୍ଦନ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ଓ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।

Govt
Leave A Reply