Odisha news

ସୁରକ୍ଷାବଳୟ ଉନ୍ନତି କରଣ ପ୍ରକଳ୍ପ ସମ୍ପର୍କିତ ଜନଶୁଶାଶି ଶିବିର

ପୁରୀ,୯ା୧: ଥଇଥାନ ଓ ବିସ୍ଥାପିତ ଅଧିନିୟମ୧୦୮ ଅନୁଯାୟୀ ଶ୍ରୀମନ୍ଦିର ସୁରକ୍ଷାବଳୟ ଉନ୍ନତି କରଣ ଲାଗି ଜମି ଅଧିଗ୍ରହଣ ପାଇଁ ପ୍ରସ୍ତୁତ ପୁର୍ନବାସ ଓ ଥଇଥାନ ପସନ୍ଦ ଚୟନ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ବାସେଳୀ ସାହି,ଚୁଡ଼ଙ୍ଗ ସାହି, ମଣିକର୍ଣ୍ଣିକା ସାହି,କାଳୀକାଦେବୀ ସାହି ଓ ଦୋଳମଣ୍ଡପସାହିର ୩୦ ଜଣ ଅଂଶିଦାର ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ମଠରମଠାଧିଶ,ଲଜ୍ମାଲିକ,ବ୍ୟବସାୟୀ ଓ ଘରମାଲିକମାନେ ଯୋଗଦେଇଥିଲେ ।

ଶ୍ରୀମନ୍ଦିର ଚତୁଃପାଶ୍ୱର୍ର ଉନ୍ନତିକରଣ ପ୍ରକଳ୍ପ ନିମନ୍ତେ ସହଯୋଗ କରିବାକୁ ସବୁ ଅଂଶ ଗ୍ରହଣକାରୀମାନେ ପ୍ରତିଶ୍ରୁତି ଦେଇଥିଲେ । ପୁନର୍ବାସ ଓ ଥଇଥାନ ଆଇନର ୨୦୧୩ ଦ୍ୱିତୀୟ ଅନୁଛେଦ ଅନୁଯାୟୀ ପସନ୍ଦ ଚୟନ କରିବାକୁ ଅଂଶିଦାରମାନଙ୍କୁ ପରାମର୍ଶ ଦିଆଯାଇଥିଲା । ବାସଗୃହ ଅଧିଗ୍ରହଣ,ଦୋକାନଗୃହ ଓ ଅନ୍ୟାନ ବ୍ୟବଷାୟିକ ଅନୁଷ୍ଠାନ,ଲଜ୍ ଓ ଉଠାଦୋକାନୀ ମାନଙ୍କ ପାଇଁ ଥାଇଥାନ ଓ ପୁନର୍ବାସ ସମ୍ପର୍କିତ ଚୟନକୁ ବାଛିବାକୁ ଅଂଶିଦାର ମାନେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି ଜନଶୁଣାଣି ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ,ଉପଜିଲ୍ଲାପାଳ ଭବତାରଣ ସାହୁ,ଭୂଅର୍ଜନ ଅଧିକାରୀ କୈଳାଶ ଚନ୍ଦ୍ର ନାୟକ, ଶ୍ରୀମନ୍ଦିର ରାଜସ୍ୱ ଉପ ପ୍ରଶାସକ ସୁବ୍ରତ କୁମାର ବେହେରା,ପୌର ଅତିରିକ୍ତ ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ ।

Comments are closed.