ଆମେ ନିୟମିତ ପୂଜା ପୂଜା କରିବା ସମୟ ରେ ଧୂପ ବତୀ, ଦୀପ, ଅଗରବତୀ , ଝୁଣା ଇତ୍ୟାଦି ଈଶ୍ୱରଙ୍କୁ ସମର୍ପଣ କରିଥାଉ, କିଛି ଲୋକ ପୂଜା ପରେ ଏଥିରୁ ବାହାରୁଥିବା ପାଉଁଶ କୁ ଡଷ୍ଟବିନ ରେ ଫୋପାଡ଼ି ଦେଇଥାଆନ୍ତି l କିନ୍ତୁ ଶାସ୍ତ୍ର ଅନୁସାରେ ପୂଜା ଏବଂ ହୋମର ପାଉଁଶ ଖୁବ ପବିତ୍ର ହୋଇଥାଏ, ଏବଂ ମାନ୍ୟତା ରହିଛି ଯେ ଏହା ସକାରାତ୍ମକ ଉର୍ଜା ଏବଂ ଅନେକ ଦିବ୍ୟ ଗୁଣରେ ଭରପୁର ଅଟେ l ତେଣୁ ଏହାକୁ ବେକାର ଭାବି ଫୋପାଡିବା ଉଚିତନୁହେ l ବରଂ ଏହାକୁ ସମ୍ମାନ ପୂର୍ବକ ସମ୍ଭଳିକି ରଖିବା ଜରୁରୀ ଅଟେ l ଆସନ୍ତୁ ଜାଣିବା ଏହାକୁ କେଉଁଠି ରଖିବା ଏବଂ କିପରି ରଖିବା ଜରୁରୀ l
ପୂଜା ର ପାଉଁଶ କୁ ସର୍ବଦା ଗୋଟିଏ ସଫା ଡବାରେ ସୁରକ୍ଷିତ ରଖିବା ଜରୁରୀ, ଏହାଦ୍ୱାରା ଘର ଉପରେ ନକାରାତ୍ମକ ଶକ୍ତି ର ପ୍ରଭାବ ପଡ଼ିନଥାଏ ଏବଂ ଘରର ପବିତ୍ରତା ରହିଥାଏ l
– ଏହି ପାଉଁଶକୁ ଆପଣ ୧୦ ଦିନ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରଖିବା ପରେ ୧୧ ଦିନରେ କର୍ପୁର ଏବଂ ୪ଟି ଲବଙ୍ଗ ସହିତ ମିଶାଇ ଜଳାଇ ଦେବେ, ଏଥିରୁ ଉତ୍ପନ ହେଉଥିବା ଧୂଆଁ କୁ ଘରର ଚାରିଆଡେ ବୁଲାଇ ଦେବେ l ମାନ୍ୟତା ଅନୁସାରେ ଏହି ଧୂଆଁ ଘରର ନକାରାତ୍ମକ ଉର୍ଜା କୁ ନଷ୍ଟ କରିଥାଏ ଏବଂ ସକାରାତ୍ମକ ଉର୍ଜା ସଂଚାର କରିଥାଏ l
– ଯେତେବେଳେ ବି ଆପଣ କର୍ପୁର ଲବଙ୍ଗ ଜଳାଉଛନ୍ତି ତାହାକୁ ଫିଙ୍ଗନ୍ତୁ ନାହିଁ, ଏହାକୁ ଗୋଟିଏ ଡବାରେ ପୁରାଇ ନିୟମିତ ସକାଳୁ ସ୍ନାନ ପରେ ମସ୍ତକ ରେ ଧାରଣ କରିବା ଦ୍ୱାରା ଜୀବନ ରେ ସୁଖ ସମୃଦ୍ଧି ର ଆଗମନ ହୋଇଥାଏ l
– ଏହି ପାଉଁଶ ଖୁବ ଶୁଭ ଅଟେ, ଏବଂ ବିଶେଷ ପୂଜାପାଠ ଦିନ ଏହାକୁ ମସ୍ତକ ରେ ଲଗାଇବା ମଧ୍ୟ ଶୁଭ ହୋଇଥାଏ, ଯଦି କୌଣସି ଶୁଭ କାର୍ଯ୍ୟ ରେ ବାହାରକୁ ଯାଉଛନ୍ତି ତେବେ ଏହାକୁ ମସ୍ତକ ରେ ଧାରଣ କରି ଯାଆନ୍ତୁ ସୁ-ଫଳ ମିଳିବ l