ଆଜିର ଗତିଶୀଳ ଜୀବନ ରେ କାମର ଚାପ ଓ ମାନସିକ ଚିନ୍ତା ବଢିବା ଗୋଟିଏ ସାମାନ୍ୟ କଥା ହୋଇ ଯାଇଛି l କିନ୍ତୁ ଅନେକ ସମୟ ରେ ଏହି ଅଫିସ ଚାପ ଡିପ୍ରେସନ ର କାରଣ ମଧ୍ୟ ହୋଇଯାଇ ଥାଏ l ଲଗାତାର କାମର ପ୍ରେସର , ଠିକ ସମୟ ରେ ଟାର୍ଗେଟ ପୁରା କରିବାର ଚିନ୍ତା, ଓ ଅଫିସ ରେ କମ୍ପିଟିସନ ରେ କାମ କରିବା ମେଣ୍ଟାଲ ହେଲଥ ଉପରେ ଗଭୀର ପ୍ରଭାବ ପକାଇଥାଏ l ଏପରି ସ୍ଥିତିରେ ମାନସିକ ସ୍ୱାସ୍ଥ୍ୟ କୁ ଠିକ ରଖିବା ହେଉଛି ସବୁଠୁ ଜରୁରୀ l ଆଜି ଆମେ ଏଭଳି ୫ଟି ଉପାୟ ଜାଣିବା ଯାହାଦ୍ୱାରା ମାନସିକ ଚାପ ଦୂର ହେବ l
= ସମୟ-ସମୟ ରେ କାମରୁ ବ୍ରେକ ନେବା ଜରୁରୀ –
ଲଗାତାର କାମ କରିବା କେବଳ ସ୍ୱାସ୍ଥ୍ୟ ପାଇଁ କ୍ଷତି କାରକ ନୁହେଁ, ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତି କାରକ l କାମ କରିବା ସମୟ ରେ ମଝିରେ ମଝିରେ ବ୍ରେକ ନେବା ଜରୁରୀ l ଏହାଦ୍ୱାରା ମାନସିକ ଚାପ କମ ହୋଇଥାଏ ଓ ମସ୍ତିଷ୍କ କୁ ଆରାମ ମିଳିଥାଏ l କାମ ମଝିରେ ୫ରୁ ୧୦ ମିନିଟ ବ୍ରେକ ନେଲେ ମନ ହାଲୁକା ଲାଗିଥାଏ ଓ କାମ କରିବାରେ ସ୍ପୃହା ବୃଦ୍ଧି ହୋଇଥାଏ l
= କାର୍ଯ୍ୟ ସ୍ଥଳ ରେ ଭଲ ସମ୍ପର୍କ ରଖନ୍ତୁ –
ଅଫିସ ରେ ସହକର୍ମୀ ମାନଙ୍କ ମଧ୍ୟରେ ଭଲ ସମ୍ବନ୍ଧ ରଖନ୍ତୁ, ଏହାଦ୍ୱାରା ମେଣ୍ଟାଲ ହେଲ୍ଥ ରେ ସୁଧାର ଆସିଥାଏ l ନିଜ ସହକର୍ମୀ ମାନଙ୍କ ସହିତ ବନ୍ଧୁତା ପୁର୍ଣ ସମ୍ବନ୍ଧ ରଖିଲେ ମାନସିକ ଚାପ ହ୍ରାସ ହୋଇଥାଏ l ଏବଂ କାମ କରିବାକୁ ଖୁସି ଲାଗିଥାଏ l
= କାମର ଗୋଟିଏ ତାଲିକା ପ୍ରସ୍ତୁତ କରନ୍ତୁ –
ନିୟମିତ ଅଫିସ ଯିବା ପୂର୍ବରୁ ଅଫିସ କାର୍ଯ୍ୟ ର ଗୋଟିଏ ସୂଚୀ ପ୍ରସ୍ତୁତ କରନ୍ତୁ, ଏବଂ ଯେଉଁ କାମ ଗୁଡିକ ମୁଖ୍ୟ କାମ ତାକୁ ପ୍ରଥମେ ସାରିବାକୁ ଚେଷ୍ଟା କରନ୍ତୁ l ଏହାଦ୍ୱାରା କାମ ର ବୋଝ କମ ହେବ ଏବଂ ଚାପ ମଧ୍ୟ କମ ରହିବ l
= ନିୟମିତ ଭାବରେ ଧ୍ୟାନ ଓ ମେଡ଼ିଟେସନ କରନ୍ତୁ –
ଧ୍ୟାନ ଓ ମେଡ଼ିଟେସନ ମସ୍ତିଷ୍କ କୁ ଶାନ୍ତ ରଖିଥାଏ, ତେଣୁ ନିୟମିତ ସକାଳ ଓ ସନ୍ଧ୍ୟା ସମୟ ରେ କିଛି ସମୟ ବାହାର କରି ଧ୍ୟାନ ଓ ମେଡ଼ିଟେସନ କରନ୍ତୁ l ଏହାଦ୍ୱାରା ମାନସିକ ଉତେଜନା ହ୍ରାସ ପାଇବ l
= ନିଜ ମଧ୍ୟରେ ସକାରାତ୍ମକ ଭାବନା ଭରନ୍ତୁ –
ନିଜର ଆତ୍ମବିଶ୍ୱାସ ବଢାଇବା ପାଇଁ ଓ ମେଣ୍ଟାଲ ହେଲଥ କୁ ସୁରକ୍ଷିତ ରଖିବା ପାଇଁ ମନରେ ସକାରାତ୍ମକ ଭାବନା ରହିବ ଜରୁରୀ ଅଟେ l ନିଜ ଲକ୍ଷକୁ ନେଇ ସବୁବେଳେ ଆଶାବାଦୀ ରୁହନ୍ତୁ l ଏହା ଦ୍ୱାରା ମାନସିକ ଭାବରେ ଶକ୍ତି ମିଳିବ l