ଆଜି ହେଉଛି କାର୍ତିକ ମାସର ଶେଷ ସୋମବାର , ମନ୍ଦିର ରେ ରୁଦ୍ରାକ୍ଷ ଅର୍ପଣ କରିବା ଦ୍ୱାରା ବୈବାହିକ ଜୀବନ ସୁଖମୟ ହୋଇଥାଏ
କାର୍ତିକ ମାସ ହେଉଛି ଚାତୁର୍ମାସ ର ଶେଷ ମାସ ଅଟେ, ବର୍ଷର ୧୨ ମାସରେ କାର୍ତିକ ମାସ ହେଉଛି ଧର୍ମର ମାସ, ପୌରାଣିକ ମାନ୍ୟତା ଅନୁସାରେ ଯେଉଁ ବ୍ୟକ୍ତି କାର୍ତିକ ମାସକୁ ପାଳନ କରିଥାଏ ତାର ୭ଜନ୍ମ ର ପାପ ଦୂର ହୋଇଥାଏ l କାର୍ତିକ ମାସରେ ଭଗବାନ ବିଷ୍ଣୁ ଓ ମହାଦେବ ଙ୍କୁ ପୂଜା ସମର୍ପିତ ହୋଇଥାଏ l
କାର୍ତିକ ମାସର ପ୍ରଥମ ଷୋମବାର ଯେତିକି ମହତ୍ଵପୁର୍ଣ ଶେଷ ଷୋମବାର ମଧ୍ୟ ସେତିକି ମହତ୍ଵପୁର୍ଣ ଅଟେ l ମାନ୍ୟତା ରହିଛି ଯେ ଯଦି ଆଜିର ଦିନରେ ମହାଦେବ ଙ୍କ ସହିତ ଭଗବାନ ବିଷ୍ଣୁ ଙ୍କୁ ପୂଜାର୍ଚନା କରିବା ଦ୍ୱାରା ଜୀବନରେ ଅନେକ କ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ l ଭଗବାନ ଶିବ ସ୍ଵଭାଵ ରେ ଦୟାଳୁ ଅଟନ୍ତି ଏବଂ ମାତ୍ର ଗୋଟିଏ ଲୋଟା ଜଳରେ ସନ୍ତୁଷ୍ଟ ହୋଇଯାଇ ଥାଆନ୍ତି l ଏବଂ ବିଷ୍ଣୁ ମାତ୍ର ଗୋଟିଏ ତୁଳସୀ ପତ୍ର ଓ ସାମାନ୍ୟ ଚନ୍ଦନ ରେ ସନ୍ତୁଷ୍ଟ ହୋଇଯାଇ ଥାଆନ୍ତି l
କରନ୍ତୁ ଏହି ଉପାୟ –
= କାର୍ତିକ ଶେଷ ଷୋମବାର ରେ ମହାଦେବ ଙ୍କ ନିକଟରେ ପଞ୍ଚାମୃତ ଅର୍ପଣ କରନ୍ତୁ ଏବଂ ଶିବ ପଞ୍ଚାକ୍ଷରୀ ପାଠ କରିବା ଦ୍ୱାରା ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ l
= ଆଜିର ଦିନରେ ମହାଦେବ ଙ୍କ ନିକଟରେ ଶାମି ବୃକ୍ଷର ପତ୍ର ଅର୍ପଣ କରନ୍ତୁ l ଏହାଦ୍ୱାରା ଜୀବନ ରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ l
= ଆଜିର ଦିନରେ ମହାଦେବଙ୍କ ନିକଟରେ ରୁଦ୍ରାଭିଷେକ କରିବା ଦ୍ୱାରା ବ୍ୟକ୍ତି ଜୀବନ ର ସମସ୍ତ ସମସ୍ୟା ଦୂର ହୋଇଥାଏ l
= ମହାଦେବ ଙ୍କ ନିକଟରେ ଆଖୁ ରସରେ ଅଭିଷେକ କରିବା ଦ୍ୱାରା ଆର୍ଥିକ ଅନାଟନ ଦୂର ହୋଇଥାଏ l ଏବଂ ଆଜିର ଦିନରେ ଯଦି ଶିବ ମନ୍ଦିର ରେ ରୁଦ୍ରାକ୍ଷ ଅର୍ପଣ କରିବା ତେବେ ବୈବାହିକ ଜୀବନ ସୁଖମୟ ହୋଇଥାଏ l
= ଆଜିର ଦିନରେ ମଧ୍ୟ ଶ୍ରୀହରୀ ବିଷ୍ଣୁଙ୍କୁ ପୂଜା କରିବା ଜରୁରୀ, ଏହାଦ୍ୱାରା ଜୀବନ ର ସମସ୍ତ କଷ୍ଟ, ଦୁଃଖ ଓ ଯନ୍ତ୍ରଣା ଦୂର ହୋଇଥାଏ l ଶ୍ରୀହରୀ ବିଷ୍ଣୁ ଙ୍କ ନିକଟରେ ତୁଳସୀ ଓ ଚନ୍ଦନ ଅର୍ପଣ କରନ୍ତୁ l