Odisha news

ପ୍ରେସର କୁକର ରେ ପ୍ରସ୍ତୁତ ଖାଦ୍ୟ ଆପଣଙ୍କ ପାଇଁ କେତେ ସୁରକ୍ଷୀତ, କଣ କହୁଛି ଗବେଷଣା

0

ପ୍ରାୟ ସମସ୍ତ ଭାରତୀୟ ପରିବାରରେ ପ୍ରତିଦିନ ପ୍ରେସର କୁକୁର ର ହ୍ୱିସିଲ ଶୁଣିବାକୁ ମିଳିଥାଏ l ପ୍ରେସର କୁକୁର ଡାଲି, ଭାତ ଛଡା ଅନେକ ଗୁଡିଏ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ l ଏପରିକି ଆଜିକାଲି ପ୍ରେସର କୁକୁର ରେ କେକ ମଧ୍ୟ ପ୍ରସ୍ତୁତ ହେଉଛି l କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ପ୍ରେସର କୁକୁର ରେ ଖାଦ୍ୟ ପ୍ରସ୍ତୁତ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ l ପ୍ରେସର କୁକୁର ଆପଣଙ୍କ ପାଚନ ତନ୍ତ୍ର ଓ ଶରୀରର ଅନ୍ୟ ଅଙ୍ଗ କୁ ପ୍ରଭାବିତ କରିଥାଏ l ଏଥିରେ ଖାଦ୍ୟ ପ୍ରସ୍ତୁତ କରିବା ଖୁବ ସହଜ ହୋଇଥିଲେ ସୁଧା ଶରୀର ପାଇଁ କ୍ଷତିକାରକ ହୋଇଥାଏ ଏହି ଖାଦ୍ୟ l

* କୁକୁର ରେ ଖାଦ୍ୟ ହାଇ ପ୍ରେସର କାରଣ ରୁ ଶୀଘ୍ର ପ୍ରସ୍ତୁତ ହୋଇଯାଇ ଥାଏ l ଏବଂ ଖାଦ୍ୟ ନିଜେ ପ୍ରସ୍ତୁତ ହେବା ପରିବର୍ତେ ବାମ୍ଫ ରେ ପ୍ରସ୍ତୁତ ହୋଇଥାଏ l ଯେଉଁ କାରଣରୁ କୋଷ୍ଠ କାଠିନ୍ୟ ଓ ଅପଚ ସମସ୍ୟା ହୋଇଥାଏ l

* ପ୍ରେସର କୁକୁର ରେ ଖାଦ୍ୟ ଖୁବ ହାଇ ଟେମ୍ପରେଚର ରେ ପ୍ରସ୍ତୁତ ହୋଇଥାଏ l ଯେଉଁ କାରଣରୁ ଭୋଜନ ରେ ଥିବା ଜରୁରୀ ପୋଷାକ ତତ୍ୱ କମି ଯାଇଥାଏ l ଏହି କାରଣରୁ ଭୋଜନ ପରେ ମଧ୍ୟ ଆପଣଙ୍କୁ ସମ୍ପୂର୍ଣ ପୋଷକ ତତ୍ୱ ର ଲାଭ ମିଳି ନଥାଏ l ଏହାଦ୍ୱାରା ଶରୀର ଯନ୍ତ୍ରଣା ହୋଇଥାଏ l

* ଏହାଛଡା ପ୍ରେସର କୁକୁର ରେ ଷ୍ଟାର୍ଚ୍ଚ ଯୁକ୍ତ ଖାଦ୍ୟ ସହଜ ରେ ତିଆରି ହୋଇଯାଇ ଥାଏ, କିନ୍ତୁ ସହଜ ରେ ହଜମ ହୋଇ ନଥାଏ l ଏପରି ଖାଦ୍ୟ ରେ ଓଜନ ବୃଦ୍ଧି ସମସ୍ୟା ଦେଖା ଯାଇଥାଏ l ଏହାଛଡା ମଳ ତ୍ୟାଗ କରିବାରେ ଅସୁବିଧା ହୋଇଥାଏ l

* ସାଧାରଣ ଭାବରେ ପ୍ରେସର କୁକୁର ରେ ସମୟ ଅଭାବରେ ଶୀଘ୍ର ଭାତ ତିଆରି କରିବା ପାଇଁ ବ୍ୟବହାର କରିଥାଉ l କାହିଁକି ନା ପ୍ରେସର କୁକୁର ରେ ସହଜ ରେ ଭାତ ତିଆରି ହୋଇଯାଇ ଥାଏ l ପ୍ରେସର କୁକୁର ରେ ଭାତ ପ୍ରସ୍ତୁତ କରିବା ଦ୍ୱାରା ସମସ୍ତ ପାଣି ଭାତ ଟାଣି ନେଇଥାଏ l ଏହାଦ୍ୱାରା ଭତରେ ଉଚ୍ଚ ମାତ୍ରାରେ ଷ୍ଟାର୍ଚ୍ଚ ଓ କାର୍ବୋହାଇଡ୍ରେଟ ଜମି ଯାଇଥାଏ, ଯାହାକି ବିଭିନ୍ନ ରୋଗର କାରଣ ହୋଇଥାଏ l

Leave A Reply