Odisha news

ରିଲିଫ୍ ଫଣ୍ଡ୍କୁ ୨୫ ଲକ୍ଷ ଟଙ୍କା ସହାୟତା ଦେଲା ପିପିଏଲ

0

ପାରାଦୀପ: ବର୍ତ୍ତମାନ କରୋନା ମହାମାରି ମୁକାବିଲା ନିମନ୍ତେ ରାଜ୍ୟ ସରକାର ଜୋରଦାର ପଦକ୍ଷେପ ନେଉଛନ୍ତି । ଏହି ସହାୟତାରେ ପାରାଦୀପ ଫସ୍ଫେଟସ୍ ଲିମିଟେଡ୍ (ପିପିଏଲ) ମଧ୍ୟ ସହଯୋଗର ହାତ ବଢ଼ାଇଛି । କମ୍ପାନି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡ୍କୁ ଜଗତସିଂହପୁର ଜିଲ୍ଳାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଜରିଆରେ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ପିପିଏଲ ସିଓଓ ରଂଜିତ ସିଂ ଚୁଗ୍ ଏହି ସହାୟତା ରାଶିର ଚେକ୍ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । କମ୍ପାନିର ସମସ୍ତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ଓ ଅନ୍ୟ ସଂଗଠନ ପକ୍ଷରୁ ମିଳିଥିବା ମୋଟ୍ ସହାୟତା ରାଶିକୁ ରିଲିଫ ଫଣ୍ଡକୁ ପ୍ରଦାନ କରିଛନ୍ତି । ଏହି ସମୟରେ କମ୍ପାନି କମ୍ପାନି ମହାପ୍ରବନ୍ଧକ (ମାନବ ସମ୍ବଳ) ଜଗନ୍ନାଥ ଖୁଣ୍ଟିଆ ଓ କର୍ପୋରେଟ୍ ଆଫାୟର୍ସ ମୁଖ୍ୟ ସୁଧୀ ରଂଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କୁ ପିପିଏଲ ପକ୍ଷରୁ ଦେଢ଼ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.