Odisha news

ଶ୍ମ୍ମଶାନ ଘାଟ ନିର୍ମାଣରେ ଅନିୟମିତତା : ସମିତି ସଭ୍ୟାଙ୍କ ହସ୍ତକ୍ଷେପ ପରେ କାର୍ଯ୍ୟ ଦେଖିବାକୁ ଆସିଲେ କନିଷ୍ଠଯନ୍ତ୍ରୀ

0

କୋରେଇ୦୧ା୦୬ କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡେଇ ପଂଚାୟତ ବିରୁହାଁପଡ଼ା ଗ୍ରାମରେ ଏକ ଶଶ୍ମାନ ଘାଟ ନିର୍ମାଣରେ ଅନିୟମିତତା ହୋଇଛି । ଏହାକୁ ନେଇ ଗ୍ରାମବାସୀ ପକ୍ଷରୁ କୋରେଇ ବିଡିଓଙ୍କୁ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପରେ ଗ୍ରାମବାସୀଙ୍କ କଥାକୁ କେହି କର୍ଣ୍ଣପାତ କରିନଥିଲେ । ଫଳରେ ଗ୍ରାମବାସୀ ମାନେ ସମିତି ସଭ୍ୟା ଜୟନ୍ତୀ ସାହୁଙ୍କୁ ଜଣାଇଥିଲେ । ଶ୍ରୀମତୀ ସାହୁ ଜାଣିବା ପରେ ଶ୍ମଶାନ ଘାଟରେ ପ୍ଲିନ୍ଥ ନପକାଇ କିପରି ଛାତ ପକାଗଲା ସେ ସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିଥିଲେ । କନିଷ୍ଠଯନ୍ତ୍ରୀ ଏହା ଯାଣିବା ପରେ କାର୍ଯ୍ୟ ବନ୍ଦ କରିବାକୁ ସମ୍ପୃକ୍ତ ଠିକାଦାରଙ୍କୁ କହିଥିଲେ ।

ତେବେ ଠିକାଦାର ଏହି ଆଦେଶକୁ ଅବମାନନା କରି ପ୍ଲିନ୍ଥକୁ ଲୁଚାଇବାକୁ ଯାଇ ପୂନର୍ବାର କାର୍ଯ୍ୟ କରିଥିଲେ । ଏହାକୁ ନେଇ ଆଜି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ କରିବା ପରେ କନିଷ୍ଠଯନ୍ତ୍ରୀ ଘଟଣାସ୍ଥଳକୁ ଆସି ଏହାର କାର୍ଯ୍ୟ ବନ୍ଦ କରିଥିଲେ । ଏ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ବରୁଣ୍ଡେଇ ପଂଚାୟତରେ ବିଭିନ୍ନ ସରକାରୀ କାର୍ଯ୍ୟରେ ବ୍ୟାପକ ଅନିୟମିତତା କରାଯାଇଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଅନେକ ଘଟଣା ଲୋକ ଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଦାବି ହେଉଛି । ସୂଚନା ମୁତାବକ ବରୁଣ୍ଡେଇ ପଂଚାୟତ ବିରୁହାଁପଡ଼ା ଗ୍ରାମ ୨ନଂ ୱାଡ଼ରେ ଏକ ଶଶ୍ମାନ ଘାଟ ନିର୍ମାଣ ପାଇଁ ପଂଚାୟତ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ୩ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିଲା । ଏହି ଅନୁଦାନରେ ଏକ ନୂତନ ଶଶ୍ମାନ ଘାଟ କରାଯିବାର ନିଦେ୍ର୍ଦଶ ରହିଥିଲା । ମାତ୍ର ଏହି କାର୍ଯ୍ୟ କରିଥିବା ଜନୈକ ଠିକାଦାର ସରକାରୀ ନିୟମଙ୍କୁ ଅଣଦେଖା କରି ଓ ବିନା ସୂଚନା ଫଳକରେ କାର୍ଯ୍ୟ କରିବା ସହିତ ପ୍ଲିନ୍ଥ ଢଳାଇ ନପକାଇ କାର୍ଯ୍ୟ କରାଯାଇଛି ।

ଯେଉଁ ପିଲର କରାଯାଇଛି ସେଥିରେ ରଡ଼ ନଦେଇ ପଟାଦେଇ ମଝିରେ ବାଉଁଶ ପୁରାଇ ଢଳେଇ ପକାଇ ସେଥିରେ ଛାତ ପକାଇ ଦେଇଥିବା କିଛି ପ୍ରତ୍ୟେକ୍ଷଦର୍ଶି କନିଷ୍ଠଯନ୍ତ୍ରୀଙ୍କୁ କହିଥିଲେ । ଗ୍ରାମବାସୀ କନିଷ୍ଠଯନ୍ତ୍ରୀଙ୍କୁ ନିମ୍ନମାନର କାର୍ଯ୍ୟ କରାଯାଉଥିବା କହିବା ସହିତ କାର୍ଯ୍ୟର ସ୍ଥାୟିତ୍ୱତା ନେଇ ପ୍ରଶ୍ନ ଉଠାଇଥିଲେ । ଅପରପକ୍ଷେ ଏସମ୍ପର୍କରେ କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରୁ କନିଷ୍ଠଯନ୍ତ୍ରୀ ପ୍ଲିନ୍ଥ ନ ପଡିବା ସମ୍ପର୍କରେ ଜାଣିନଥିବା କହିବା ସହ ପିଲରକୁ ଡ୍ରିଲକରି ପ୍ଲିନ୍ଥ ପକାଇବା ପାଇଁ ଠିକାଦାରଙ୍କୁ କହିଥିବା ପ୍ରକାଶ କରିଥିଲେ । ଏଠି ପ୍ରଶ୍ନଉଠେ କନିଷ୍ଠଯନ୍ତ୍ରୀଙ୍କ ଅନୁପସ୍ଥିତରେ କିପରି ଠିକାଦାର ପ୍ଲିନ୍ଥ ନପକାଇ ଛାତ ପକାଇଲା ? ଏହା ଠିକାଦାର ଓ କନିଷ୍ଠଯନ୍ତ୍ରୀଙ୍କ ମଧ୍ୟରେ ଅସାଧୁ ମେଂଟ ହୋଇଥିବା ଜଳଜଳକରି ଦିଶୁଛି । ଅନ୍ୟପକ୍ଷରେ କନିଷ୍ଠଯନ୍ତ୍ରୀଙ୍କ ଅଜାଣତରେ କାର୍ଯ୍ୟ କିପରି କରାଯାଉଛି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଶ୍ମଶାନ ଘାଟ ନିର୍ମାଣ ପାଇଁ ୩ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି । ହେଲେ ମାତ୍ର କେତେଟଙ୍କା ଖର୍ଚ୍ଚ କରାଯାଇ ସରକାରୀ ଅର୍ଥକୁ ଚଳୁ କରିବାର ଯୋଜନା କରାଯାଉଥିବା ମଧ୍ୟ ସାଧାରଣରେ ଅଭିଯୋଗ ହେଉଛି । ଏହି କାର୍ଯ୍ୟର କାର୍ଯ୍ୟାଦେଶ ଖୋଦ୍ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ ରହିଥିବା ବେଳେ ନିର୍ବାହୀ ଅଧିକାରୀ କି ବିଶ୍ୱାସରେ କାର୍ଯ୍ୟର ତଦାରଖ ନ କରି ଚୁପ ବସିରହିଛନ୍ତି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିରୁହାଁପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଶଶ୍ମାନ ଘାଟ କାର୍ଯ୍ୟକୁ ଭଙ୍ଗାଯାଇ ପୂନର୍ବାର ଏହି କାର୍ଯ୍ୟ କରାଯିବାକୁ ଦାବି ହେଉଛି ।

Har Ghar Tiranga

Leave A Reply