କୋରେଇ ୦୧ା୦୬ ଭଣ୍ଡାରୀପୋଖରୀ ତହସିଲ ଅନ୍ତର୍ଗତ ଜଗନ୍ନାଥ ପ୍ରଦାଦ ରାଜଶ୍ୱନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନ ବାଲିପୋଖରୀ ଓ ଜଗନ୍ନାଥ ପ୍ରସାଦ ଏସ୍କେଫ୍ ନିକଟ ବୈତରଣୀ ନଦୀରୁ ତହସିଲ ଓ ପୁଲିସ୍ ପ୍ରଶାସନର ଗୋଚରରେ ଦୈନଦିନ ଶହଶହ ଟ୍ରିପ ବାଲି ଉଠାଇ ଦୀର୍ଘ ୫ ବର୍ଷଧରି ମାଫିଆ ମାନେ ମାଲାମାଲ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କା ରାଜଶ୍ୱ ହରାଉଛି । ଏ ସମ୍ପର୍କରେ ଯେତେ ଅଭିଯୋଗ କଲେ ମଧ୍ୟ ପ୍ରାାସନ ଚୁପକରି ବସିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।
ସୂଚନା ଥାଉକି ଆଗକୁ ବର୍ଷାଦିନ ଆସୁଥିବା ବେଳେ ଏସ୍କେଫ୍ ନିକଟରୁ ବାଲି ଉଠାଇବା ଦ୍ୱାରା ୪ ଗୋଟି ପଂଚାୟତର ଲୋକ ବନ୍ୟା ଆଶଙ୍କାରେ ଭୟଭିତ ହୋଇ ରହିଛନ୍ତି । କିନ୍ତୁ ବାଲି ମାଫିଆ ମାନେ ଏହାକୁ ଖାତିରି ନକରି ରାତିଦିନ ଏକକରି ବାଲି ଉଠାଉଥିବା ବେଳେ ଜଗନ୍ନାଥ ପ୍ରସାଦ ଓ ବାଲି ପୋଖରୀର କିଛି ଯୁବକ ଏହାକୁ ବିରୋଧ କରିଥିଲେ । ହେଲେ ବାଲି ମାଫିଆ ମାନେ ବିରୋଧକୁ ଭୃକ୍ଷପ ନକରି ସେହି ଗ୍ରାମର କିଛି ମୁଷ୍ଠିମେୟ ଲୋକଙ୍କୁ ଧରି ବାଲି ଉଠାଇବାକୁ ଉଧ୍ୟମ କରିଥିଲେ । ବାଲି ଉଠାଇବାକୁ ଉଦ୍ୟମ କରୁଥବବା ଜାଣି କିଛି ଲୋକ ନଦୀରୁ ବାଲି ଉଠାଇ ଗାଡ଼ି ଆସୁଥିବା ରାସ୍ତାକୁ ନିଜର ଜାଗା ଦର୍ଶାଇ ବାଡବୁଜି ରାସ୍ତାକୁ ବନ୍ଦ କରି ଦେଇଥିଲେ ।
ଫଳରେ ମାଫିଆ ମାନେ ଆଉ କିଛି ବିକଳ୍ପ ନ ପାଇ ବାଧ୍ୟ ହୋଇ ବାଲି ଉଠାଇବା ବନ୍ଦ ରଖିଛନ୍ତି । ମାତ୍ର ବାଲି ମାଫିଆ ମାନେ ବାଲି ଉଠାଇ ବିପୁଳ ପରିମାଣର ଅର୍ଥ ଉର୍ପାଜନ କରୁଥିବାର ବାଟ ବନ୍ଧ ହୋଇଯାଇଛି । ଯାହାକୁ ନେଇ ମାଫିଆ ଓ ବିପକ୍ଷ ମାନଙ୍କ ମଧ୍ୟରେ କେତେ ବେଳେଜେ ଗଣ୍ଡଗୋଳକୁ ଏଡାଇ ହେବନାହିଁ । ଜିଲ୍ଲାପାଳ ଏହାକୁ ତଦନ୍ତ କରିବା ସହ ଚୋରା ବାଲି ଚାଳାଣକୁ ବନ୍ଦ କରିବା ପାଇଁ ବାଲି ପୋଖେରୀ ଓ ଜଗନ୍ନାଥ ପ୍ରସାଦର ଗ୍ରାମବାସୀ ମାନେ ଦାବି ଜଣାଇଛନ୍ତି ।